କନ୍ଧମାଳ ବନାନୀ କଳା ସଙ୍ଗମର ସାମାଜିକ ନାଟକ “ସୂର୍ଯ୍ୟଦୟ ପୂର୍ବେ” ମଞ୍ଚସ୍ଥ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାର ଅଗ୍ରଣୀ କଳା, ସଂସ୍କୃତି ଓ ନାଟକର ସର୍ବପୁରାତନ ଅନୁଷ୍ଠାନ ବନାନୀ କଳା ସଙ୍ଗମ ଆନୁକୂଲ୍ୟରେ ରେଡକ୍ରସ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ଦୁଇ ଦିନ ବ୍ୟାପୀ ଫୁଲବାଣୀ ସଭାଗୃହ ଠାରେ ନାଟ୍ୟକାର ଚିନ୍ତାମଣି ଜେନାଙ୍କ ଲିଖିତ ସାମାଜିକ ନାଟକ “ସୂର୍ଯ୍ୟଦୟ ପୂର୍ବେ” ମଞ୍ଚସ୍ଥ ହୋଇଥିଲା। ଦୀର୍ଘ ବର୍ଷ ବ୍ୟବଧାନରେ ଅନୁଷ୍ଠାନ ପକ୍ଷରୁ ୧୯ ତମ ସାମାଜିକ ନାଟକ ଯୁବ ପିଢ଼ିଠୁ ଆରମ୍ଭ କରି ବୟସ୍କଙ୍କ ଯାଏଁ ସମସ୍ତଙ୍କୁ ବେଶ ଆକୃଷ୍ଟ କରି ପାରିଥିଲା। ନାଟକର ସମସ୍ତ କଳାକାରଙ୍କ ନିଖୁଣ ଅଭିନୟ ଓ ଅନ୍ୟ ସମସ୍ତ ସଦସ୍ୟଙ୍କ ଅକୁଣ୍ଠ ସାହାଯ୍ୟ ଏବଂ ସହଯୋଗ ହେତୁ ବେଶ ସଫଳତା ହାସଲ କରି ପାରିଥିଲା।ଏଥିରେ ପ୍ରଥମ ଦିନର ମୁଖ୍ୟ ଅତିଥି ଭାବେ ଫୁଲବାଣୀ ଉପଜିଲ୍ଲାପାଳ ଶେଷଦେଵ ମିଶ୍ର ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ନାଟକକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ନିର୍ଦ୍ଦେଶକ ତଥା କଳାକାର ରାଜେନ୍ଦ୍ର ପାଢ଼ୀ, ବରିଷ୍ଠ କଳାକାର ବିଜୟ କୁମାର ପାଣିଗ୍ରାହୀ, ନାଟ୍ୟକାର ଇଂ.ମନୋଜ କୁମାର ଦଣ୍ଡପାଟ, ବନାନୀ କଳା ସଙ୍ଗମର ସାଧାରଣ ସମ୍ପାଦକ ଡ଼ଃ. ଅରୂପ ଜେନା, ସହ ନିର୍ଦ୍ଦେଶକ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ, ବନାନୀର ସଂଯୋଜକ ସୁନୀଲ ପଟ୍ଟନାୟକ, ସଭାପତି ରବୀନ୍ଦ୍ର ନାଥ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ସମାଜସେବୀ ଅଶୋକ ପରିଡା ସ୍ଵାଗତ ଭାଷଣ ଦେଇଥିଲେ। ସେହିପରି ଦ୍ୱିତୀୟ ଦିନରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ ସେଠି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମସ୍ତ ଅତିଥିଙ୍କୁ ସଂଗଠନ ପକ୍ଷରୁ ଉପଢୌକନ ଓ ପୁଷ୍ପଗୁଛ ଦେଈ ସମ୍ବର୍ଦ୍ଧିତ କରାଯାଇଥିଲା।ନାଟକରେ ଯୁଧିଷ୍ଠିର ମହାନ୍ତି, ସୁରେଶ ନାୟକ, ବୁଲୁ ବିଶୋଇ, ବିନୋଦ କୁମାର ସାହୁ, ଅବସର ପ୍ରାପ୍ତ କମାଣ୍ଡାଣ୍ଟ ନବୀନ କିଶୋର ପଣ୍ଡା, ପ୍ରଶାନ୍ତ ବେହେରା, ଚନ୍ଦନ, ସୁକାନ୍ତ ବେହେରା, ବିଭୁତି ପଣ୍ଡା, ଟିକିନା, ପ୍ରମୁଖ ଅଭିନୟ କରିଥିବା ବେଳେ ବ୍ରହ୍ମପୁରର ଲେଡି ଆର୍ଟିଷ୍ଟ ସସ୍ମିତା ରାଉତ ହିରୋଇନ ଭୂମିକାରେ ଅଭିନୟ କରିଥିଲେ। ବରିଷ୍ଠ କଳାକାର ନିର୍ଦ୍ଦେଶକ ପ୍ରଭାତ ଦାସ, ପାପକ୍ଷନୀ ପଟ୍ଟନାୟକ, ପ୍ରସନ୍ନ ପଣ୍ଡା, କ୍ଷିତୀଶ ମଲ୍ଲିକ ଅନ୍ୟମାନେ ସହଯୋଗ କରିଥିଲେ। ଖୁବ୍ ଶୀଘ୍ର ଏହି ନାଟକ ଭୁବନେଶ୍ବର ସ୍ଥିତ ଭଞ୍ଜକଳା ମଣ୍ଡପ ଠାରେ ମଞ୍ଚସ୍ଥ ହେବ ବୋଲି ବନାନି ପକ୍ଷରୁ କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ