କନ୍ଧମାଳ ରେ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-ଆସନ୍ତା କାଲିଠାରୁ ଆରମ୍ଭ ହୋଇଛି ଦଶମ ଶ୍ରେଣୀ ପରୀକ୍ଷା । ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଆଜି (୨୯ ତାରିଖ) ଠାରୁ ଆରମ୍ଭ ହୋଇ ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ଚାଲିବ । ଜିଲ୍ଲାରେ ମୋଟ ୧୧୬୯୪ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବାବେଳେ ସେଥିମଧ୍ୟରୁ ୧୧୦୬୬ ଜଣ ପରୀକ୍ଷାର୍ଥୀ ରେଗୁଲାର ଛାତ୍ରଛାତ୍ରୀ ହୋଇଥିବା ବେଳେ ତନ୍ମଧରୁ ୯୩ ଜଣ ଏକ୍ସରେଗୁଲାର ଏବଂ ଅନ୍ୟାନ୍ୟ ୫୩୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ଜଣାପଡ଼ିଛି । ସମସ୍ତ ପରୀକ୍ଷାର୍ଥୀ କୋଭିଡ୍‌ ଗାଇଡ଼ଲାଇନ୍‌ ଅନୁସାରେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି । ଜିଲାରେ ମୋଟ ୭୫ଟି ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯାଇଛି । ପରୀକ୍ଷା ପାଇଁ ଉଦ୍ଧିଷ୍ଟ ପ୍ରଶ୍ନପତ୍ର ସାତୋଟି ଥାନାକୁ ନୋଡାଲ ସେଣ୍ଟର୍‌ କରି କଡ଼ା ସୁରକ୍ଷା ମଧ୍ୟରେ ମହଜୁଦ ରଖାଯାଇଛି । ଜିଲ୍ଲାରେ କଡ଼ା ସୁରକ୍ଷା ଏବଂ କୋଭିଡ଼ ଗାଇଡ଼ ଲାଇନ୍‌ ଅନୁସାରେ ଚଳିତ ବର୍ଷ ଦଶମ ଶେଣୀ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ପରୀକ୍ଷା ଶୃଙ୍ଖଳାର ସହ ସାରିବାକୁ ପ୍ରଚେଷ୍ଟା ଜାରି ରହିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ