କନ୍ଧମାଳ ର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପ୍ରାଥମିକ ଶିକ୍ଷକ ସଂଘର ଦାବି ପତ୍ର ପ୍ରଦାନ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ନୂତନ ପେନସନ ଯୋଜନା ଭୁକ୍ତ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ତିନି ଦଫା ଦାବି ନେଇ ଆଗାମି ୨୭ ତାରିଖଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟାନ୍ତ ରାଜଧାନୀରେ ରାଜ୍ୟସ୍ତରୀୟ ଶୋଭାଯତ୍ରା ଅନୁଷ୍ଠିତ ହେବ। ଏହାପୂର୍ବରୁ କନ୍ଧମାଳ ଜିଲାର ପ୍ରତ୍ୟେକ ବ୍ଲକ୍ ସ୍ତରରେ ନିଜର ନ୍ୟାର୍ଯ୍ୟ ଦାବୀ ହାସଲ ପାଇଁ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଶିକ୍ଷା ସଚିବ ଓ ୫ଟି ସଚିବଙ୍କ ଉଦ୍ଦେଶ୍ୟରେ ଖଜୁରୀପଡ଼ା ନୂତନ ପେନସନ ଯୋଜନା ଭୁକ୍ତ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା।ଖଜୁରୀପଡ଼ା ନୂତନ ପେନସନ ଯୋଜନା ଭୁକ୍ତ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସଭାପତି ରଘୁନାଥ କହଁର, ଉପସଭାପତି ସୁନିଲ କୁମାର ବେହେରା, ସଂପାଦକ ପ୍ରେମାନନ୍ଦ ବେହେରା, ସହ ସମ୍ପାଦକ ଜୟନ୍ତୀ ଦିଗାଲଙ୍କ ନେତୃତରେ ଖଜୁରୀପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସଂଘ ଉପଦେଷ୍ଠା ଗୋପୀନାଥ ପ୍ରଧାନ, କୁବେର ପ୍ରଧାନ, କୋଷାଧ୍ୟକ୍ଷ ଦୀନବନ୍ଧୁ ନାୟକ, ମିଡ଼ିଆ ସଂଯୋଜକ ପ୍ରଦୀପ କୁମାର ମଲିକ ସମତେ ବ୍ଳକର ସମସ୍ତ କ୍ଲଷ୍ଟର ସ୍ତରୀୟ ପ୍ରତିନିଧି ଓ ସିଆରସିସି ସହଯୋଗ କରିବା ସହିତ ବ୍ଲକର ଶତାଧିକ ଶିକ୍ଷକଶିକ୍ଷୟତ୍ରୀ ଯୋଗଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ