କନ୍ଧମାଳ ୫୦ ଆକ୍ରାନ୍ତ ଚିହ୍ନଟ ସହ ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ଶହ ଟପିଲା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳରେ ଦିନକରେ ୫୦ ଆକ୍ରାନ୍ତ ଚିହ୍ନଟ ସହ କରୋନା ସଂକ୍ରମିତକ ସଂଖ୍ୟା ୫ ଶହ ଟପି ୫୨୭ରେ ପହଂଚିଛି। ଶୁକ୍ରବାର ଘୋଷଣା ହୋଇଥିବା ୫୦ ଚିହ୍ନଟଙ୍କ ମଧ୍ୟରେ ୪୩ ଜଣ ପୁରୁଷ ଓ ୭ ଜଣ ମହିଳା ଅଛନ୍ତି ଓ ସେମାନଙ୍କ ବୟସ ୨ରୁ ୭୫ ବର୍ଷ ମଧ୍ୟରେ ରହିଛି। ଏମାନଙ୍କ ମଧ୍ୟରୁ ଫୁଲବାଣୀରୁ ମାତ୍ର ଜଣେ ଚିହ୍ନଟ ହୋଇଥିବା ବେଳେ ଜି ଉଦୟଗିରିରୁ ୧୮, ଦାରିଙ୍ଗିବାଡିରୁ ୮, ଟିକାବାଲିରୁ ୫, କୋଟଗଡରୁ ୨, ରାଇକିଆରୁ ୨, ବାଲିଗୁଡାରୁ ୯, ଚକାପାଦରୁ ୨, କେ ନୁଆଁଗାଁରୁ ୨ ଓ ଖଜୁରିପଡ଼ାରୁ ଜଣେ ଅଛନ୍ତି। ସଂକ୍ରମିତଙ୍କ ମଧ୍ୟର ଜଣେ ନର୍ସ ଓ ଜଣେ କନେଷ୍ଟବଲ୍‍ ଏପରି ୨ ଜଣ କରୋନା ଯୋଦ୍ଧା ଥିବା ବେଳେ ୧୩ ଜଣ ଜି ଉଦୟଗିରି ଜେଲର ବନ୍ଦି, ୮ ଜଣ ସିଆରପିଏଫ ଜବାନ୍‍ ରହିଛନ୍ତି। ସମସ୍ତଙ୍କୁ ସଂକ୍ରମିତଙ୍କୁ କୋଭିଡ୍‍ ହ୍‍ସିପାଟଲକୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲାରୁ ଚିହ୍ନଟ ସମସ୍ତ ୫୨୭ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦୯ ଜଣ ସୁସ୍ଥ ହୋଇ ସାରିଛନ୍ତି। ବାକି ୨୧୬ ଜଣ ଏବେ ଚିକିତ୍ସିତ ହେଉଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ