କନ୍ୟାକୁ ବିବାହ କରନ୍ତି ବରର ଭଉଣୀ

ବିବାହକୁ ନେଇ କେଉଁଠି କେତେ ପ୍ରକାରର ନିୟମ ରହିଛି । ହେଲେ ଗୁଜରାଟର ଛୋଟା ଉଦୟପୁରରେ ଥିବା ସୁରଖେଡା ଗାଁର ଆଦିବାସୀଙ୍କ ବିବାହ ପ୍ରଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ କଥା । କାରଣ ଏଠାରେ ବର, କନ୍ୟା ଘରକୁ ବିବାହ ପାଇଁ ଯାଇ ନ ଥାଏ । ଏଠାରେ ବର ନିଜ ଘରେ ମା’ଙ୍କ ପାଖରେ ରହିଥାଆନ୍ତି । ବରଙ୍କଠାରୁ ସାନ ଅବିବାହିତ ଭଉଣୀ ଅବା ଘରର ଯେ କେହି ଅବିବାହିତ ମହିଳା କନ୍ୟା ଘରକୁ ବିବାହ ପାଇଁ ଯାଇଥାଆନ୍ତି । ସେଠାରେ ସେ କନ୍ୟାକୁ ବିବାହ କରିବା ସହ ସାତଫେରା ମଧ୍ୟ ନେଇଥାଆନ୍ତି । ଉଭୟ କନ୍ୟା ଓ ବରଙ୍କ ଅବିବାହିତ ଭଉଣୀ ବିବାହର ସମସ୍ତ କାର୍ଯ୍ୟ ସାରି କନ୍ୟାକୁ ନେଇ ଘରକୁ ଫେରିବା ପରେ ବରକନ୍ୟା ଏକାଠି ରହିଥାଆନ୍ତି । ଉକ୍ତ ଗ୍ରାମର ମୁଖିଆ ରାମସିଂଭାଇ ରାଥୱା କୁହନ୍ତି ଲୋକଙ୍କର ବିଶ୍ୱାସ ରହିଛି କି ଏମିତି ନ କଲେ ଉଭୟ ପରିବାରରେ ଅଘଟଣ ଘଟିଥାଏ । ସେଥିପାଇଁ ଏଠାକାର ୩ଟି ଗାଁର ଲୋକେ ଆଜି ପର୍ଯ୍ୟନ୍ତ ଏହି ପ୍ରଥାକୁ ପାଳନ କରିଆସୁଛନ୍ତି । ଆଉ ଯେଉଁମାନେ ଏହାକୁ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି ସେମାନଙ୍କ ବାହାଘର ଭାଙ୍ଗିଯାଇଛି । ନଚେତ୍ ଘରେ ଅନ୍ୟ କୌଣସି ଅସୁବିଧା ଦେଖାଦେଇଛି । ତେଣୁ ସୁରଖେଡା ଗାଁର ଲୋକେ ଆଦି ପର୍ଯ୍ୟନ୍ତ ଏହା ପାଳନ କରି ଆସୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ