କନ୍ୟାରତ୍ନ ଶିଶୁ ସୁରକ୍ଷା ଉପରେ ଗଞ୍ଜାମ ବ୍ଲକ ଲୋକପ୍ରତିନିଧିଙ୍କୁ ନେଇ କର୍ମଶାଳା
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ପରିସରରେ ବ୍ଲକ ଲୋକପ୍ରତିନିଧି ମାନଙ୍କୁ ନେଇ କନ୍ୟାରତ୍ନ ଶିଶୁ ସୁରକ୍ଷା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ବ୍ଲକ ସମନ୍ୱିତ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଓ ଗଞ୍ଜାମ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ସହଯୋଗ ରେ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ବ୍ଲକ ସିଡିପିଓ ସଲୀଳାପ୍ରଧାନଙ୍କତତ୍ତ୍ୱାବଧାନରେ ଅନୁଷ୍ଠିତ କର୍ମଶାଳାକୁ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା,ଏବିଇଓ ସଂଯୁକ୍ତା ବେହେରା, ଯୋଗଦେଇଥିଲେ। ପ୍ରଶିକ୍ଷକ ଭାବେ ଅତିରିକ୍ତ ଜିଲ୍ଲା ସଂଯୋଜଜ ଦେବବ୍ରତ ମହନ୍ତ, ପୋଗ୍ରାମ ସଂଯୋଜକ କାମେଶ୍ୱର ଯୋଗେଦେଇଥିଲେ। ଏଥିରେ ରାଜ୍ୟ ସରକାରଙ୍କ କନ୍ୟାରତ୍ନ ମାନଙ୍କ ପାଇଁ “ଶିଶୁ ପାଇଁ ଦିନଟିଏ “,” ମୋ ଗେଲ୍ହା ଝିଅ ” ଓ ନିର୍ଭୟା କାଢ଼ୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଦୁଇ କନ୍ୟା ଶିଶୁ ଓ ତାଙ୍କ ମାଆଙ୍କୁ ସମ୍ମାନିତ କରାଯାଇଥିଲା।ଏହି କର୍ମଶାଳାରେ ପନ୍ଦରଟି ପଞ୍ଚାୟତ ର ଲୋକପ୍ରତିନିଧି ମାନେ ଯୋଗଦେବାସହ ଶିଶୁକନ୍ୟା ସୁରକ୍ଷା ନେଇ ଶପଥ ଗ୍ରହଣ କରିଥିଲେ।


