କନ୍ୟା ସନ୍ତାନକୁ ସାମାଜିକ ସମ୍ମାନର ବାର୍ତ୍ତା ବାଣ୍ଟୁଥିବା ରୋଟାରିଆନ ଶିବବାଳାଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର -: କୋଲକତାରେ ରୋଟାରି କ୍ଲବର ୧୦୦ ବର୍ଷ ପାଳନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିଜେ ଗାଡ଼ି ଚଳାଇ ରୋଟାରି କ୍ଲବ ଚେନ୍ନାଇ ମେରକିରୁ ଗତକାଲି ସନ୍ଧ୍ୟାରେ ପୂର୍ବତନ ଚାଟର ସଭାପତି ଶ୍ରୀମତୀ ଶିବବାଳା ରାଜେନ୍ଦ୍ରନଙ୍କ ନେତୃତ୍ୱରେ ଏକ ୮ ଜଣିଆ ପ୍ରତିନିଧି ଦଳଙ୍କୁ ଭୁବନେଶ୍ୱର ରୋଟାରି କ୍ଲବ ଉତ୍କଳ ପକ୍ଷରୁ ଉଚ୍ଛସିତ ସମ୍ବର୍ଦ୍ଧନା ସହ ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ର ଉପହାର ଦିଆଯାଇଥିଲା । ପ୍ରବୀଣ ଜ୍ୟୋତିର୍ବିତ ଡଃ ପ୍ରମୋଦ ପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଡ଼ିଷ୍ଟ୍ରିକ୍ଟ ଗଭର୍ଣ୍ଣର ଦେବାଶିଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆଶିଶ ରଥ ସ୍ୱାଗତ ଭାଷଣ ଓ ସମ୍ବିତ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ପୁରୀର ବରିଷ୍ଠ ରୋଟାରିଆନ ଗଜେନ୍ଦ୍ର ବେହେରାଙ୍କୁ ଓ ନ୍ୟାୟଧୀଶ ଜ୍ଞାନ ରଞ୍ଜନ ପୁରୋହିତ ଶ୍ରୀମତୀ ଶିବବାଳା ଓ ସୁଚିତ୍ରାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସମ୍ପାଦକ ସଞ୍ଜୟ ସାହୁ ଓ ଆଶିଶ କୁମାର ସାହୁ ପରିଚାଳନା କରିଥିଲେ ।