କନ୍ୟା ସନ୍ତାନ କୁ ସୁସ୍ଥ, ଶିକ୍ଷିତ, ସୁରକ୍ଷିତ ନେଇ ସଚେତନତା କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ବର୍ତ୍ତମାନ ସମାଜରେ କନ୍ୟା ସନ୍ତାନ ମାନଙ୍କୁ ସୁସ୍ଥ, ଶିକ୍ଷିତ ଓ ସୁରକ୍ଷିତ ରଖି ଆଦର୍ଶ ଶିଶୁ ଗଢି ତୋଳିବା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟଳୟ ଦ୍ୱାରା ଆୟୋଜିତ ବିଜୁ କନ୍ୟାରତ୍ନ ଯୋଜନା ସଚେତନତା କାର୍ଯ୍ୟକ୍ରମରେ ଅତିଥି ଭାବେ ଉପଖଣ୍ଡ ଚିକିତ୍ସାଳୟର ଭାରପ୍ରାପ୍ତ ଅଧିକ୍ଷକ ଡା. ପ୍ରତିଭା ପାତ୍ରଙ୍କ ଅଧକ୍ଷତା କରିଥିବା ବେଳେ ଜିଲ୍ଲା ଆଶା ଓ ଗାଁ କଲ୍ୟାଣ ସମିତି ର ମ୍ୟାନେଜର ଆଶିଷ କୁମାର ମିଶ୍ର, ଶିଶୁ ମଙ୍ଗଳ ସମିତି ସଦସ୍ୟ ହରିହର ପାଢ଼ୀ, ସ୍ତ୍ରୀ ଓ ପ୍ରସୂତି ବିଭାଗୀୟ ବରିଷ୍ଠ ଚିକିତ୍ସକ ଡା. ମାଧବ କୁମାର ସାହୁ, ଡାକ୍ତର ଶିବ୍ୟାଙ୍ଗ ପାଣିଗ୍ରାହୀ, ଡାକ୍ତର ସଞ୍ଜିବ କୁମାର ନାୟକ, ଡାକ୍ତର ତାପସ କୁମାର ସିୟାନ, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଦୁର୍ଗା ପ୍ରସାଦ ପଣ୍ଡା,ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟଳୟ ଆଇନ ଅଧିକାରୀ ସୁଦାମ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ ଥିଲେ । ଜିଲ୍ଲାରେ ପୁଅ ତୁଳନାରେ ଝିଅ ଅନୁପାତ ବଢାଇବା ପାଇଁ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା କରାଇବା, ସହରାଞ୍ଚଳ ଅପେକ୍ଷା ଗ୍ରାମଞ୍ଚଳରେ କନ୍ୟା ସନ୍ତାନ ମାନଙ୍କ ଟୀକାକାରଣ ପ୍ରଦାନ, ଜନ୍ମ ପ୍ରମାଣ ପତ୍ର ସୁନିଶ୍ଚିତ କରିବା, ପ୍ରାକ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, କଲେଜ ମାନଙ୍କରେ ଉପସ୍ଥାନ ବୃଦ୍ଧି,ପୁଅ ଅପେକ୍ଷl କନ୍ୟା ସନ୍ତାନ ମାନଙ୍କୁ ସବୁ କ୍ଷେତ୍ରରେ ଗୁରୁତ୍ୱ ଦେବା, ବାଲ୍ୟ ବିବାହ ରୋକିବା, ପୋଷକ, କ୍ରୀଡା, ଶିକ୍ଷା, ସ୍ଵାସ୍ଥ୍ୟ ଦିଗରେ ଝିଅ ମାନଙ୍କୁ ହତାଦର ନକରିବା ଉପରେ ଆଲୋଚନା କରାଯାଇଥିଲା l କନ୍ୟା ସନ୍ତାନ ମାନଙ୍କ ପାଇଁ ଅନେକ ସରକାରୀ ଯୋଜନା ରେ ସାମିଲ କରି ସେମାନଙ୍କ ଅଧିକାର ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେବା ନେଇ ଅତିଥି ମାନେ ମତବ୍ୟକ୍ତ କରିଥିଲେ ।ଶେଷରେ ସୁଦାମ ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମକୁ ଉପଖଣ୍ଡ ଚିକିତ୍ସାଳୟ ଅତିରିକ୍ତ ମେଡିକାଲ ମ୍ୟାନେଜର ମହେଶ୍ୱତା ପାତ୍ର, ହିସାବ ଅଧିକାରୀ ସତ୍ୟ ନାରାୟଣ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ବହୁ ଆଶା କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ