କପାଳେଶ୍ୱର ପଂଚାୟତ ସାନିଟାଇଜେସନ କାର୍ଯ୍ୟ ଆରମ୍ଭ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : କପାଳେଶ୍ୱର ଗ୍ରାମପଂଚାୟତର ସମସ୍ତ ଗ୍ରାମକୁ କରୋନା ଭୂତାଣୁ ସଂକ୍ରମଣରୁ ମୁକ୍ତ କରିବା ପାଇଁ ସାନିଟାଇଜେସନ କରାଯିବା କାର୍ଯ୍ୟ ଆଜି ପଂଚାୟତରେ ଆରମ୍ଭ କରାଯାଇଛି । ପଂଚାୟତର ସରପଂଚ ଗାୟତ୍ରୀ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଂଚାୟତ ନିର୍ବାହୀ ଅଧିକାରୀ ଶାରଦା ପ୍ରସନ୍ନ ରାଉତ,ନାୟବ ସରପଂଚ ରତ୍ନାକର ବେହେରା ଓ ସହକାରୀ ଅଗ୍ନିଶମ ଅଧିକାରୀ ବୀରଭଦ୍ର ଟୁଡୁଙ୍କ ଉପସ୍ଥିତିରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପ୍ରଥମେ ପଂଚାୟତ କାର୍ଯ୍ୟାଳୟ ପରିସରକୁ ରାସାୟନିକ ପଦାର୍ଥ ମିଶା ଯାଇଥିବା ଜଳ ସିଂଚନକରି ସାନିଟାଇଜ କରିବା ପରେ ଗରାପୁର ହନୁମାନ ମନ୍ଦିର ପରିସର ସମେତ ଗରାପୁର ଓ କପାଳେଶ୍ୱର ଗ୍ରାମ ପ୍ରଭୃତିକୁ ସାନିଟାଇଜ କରିଥିଲେ । ଏହାପରେ ପଂଚାୟତର ସମସ୍ତ ଗ୍ରାମଗୁଡିକ ସମେତ ଗ୍ରାମଗୁଡିକରେ ଥିବା ମଠ, ମନ୍ଦିର ଓ ଧର୍ମାନୁଷ୍ଠାନ ଗୁଡିକର ପରିସରକୁ ମଧ୍ୟ ସାନିଟାଇଜ କରାଯିବ ବୋଲି ସରପଂଚ ଶ୍ରୀମତୀ ମହାନ୍ତି ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଫ୍ୱାର୍ଡ ସଭ୍ୟା କେ. ଗୈାରୀ ରାଓ, ଅଙ୍ଗନୱାଡି କର୍ମୀ, ସି.ଆର.ପି., ରାଜୀବ ଖାନ, ସୟଦ ସମସେର ଅଲ୍ଲୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଏଥିସହିତ ସରପଂଚ ଶ୍ରୀମତୀ ମହାନ୍ତି ଗରାପୁର ମୁସଲିମ ବସ୍ତି ଅଙ୍ଗନୱାଡି କେନ୍ଦ୍ର ନିକଟରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିମାନଙ୍କୁ ମାସ୍କ ବୀତରଣ କରି ସେହିସବୁ ମାସ୍କ ଗୁଡିକୁ ପ୍ରତ୍ୟେକ ଘରେ ଘରେ ଲୋକମାନଙ୍କ ପାଖରେ ପହଁଚାଇବାକୁ ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ