କପିରାଇଟ୍ ହୋଇଥିବା ପ୍ରଥମ ବହି
କୌଣସି ଲେଖାକୁ କେହି କପି କରୁଥିଲେ ଏହାକୁ ରୋକାଯିବା ପାଇଁ କପିରାଇଟ୍ ଆକ୍ଟ ଲାଗୁ ହୋଇଛି । ଆସନ୍ତୁ ଜାଣିବା ଏହି ଆକ୍ଟ ସମ୍ପର୍କରେ ।
ପ୍ରଥମେ କେଉଁ ଦେଶରେ ଲାଗୁ କରାଯାଇଥିଲା କପିରାଇଟ୍ ଆକ୍ଟ: ୧୭୯୦ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାରେ କପିରାଇଟ୍ ଆକ୍ଟ ଲାଗୁ କରାଯାଇଥିଲା । ସେହି ମସିହା ଜୁନ୍ ୯ରେ ପ୍ରଥମେ ଯେଉଁ ବହିର କପିରାଇଟ୍ କରାଯାଇଥିଲା ତାହାର ନାଁ ହେଲା ‘ଦି ଫିଲାଡେଲ୍ଫିଆ ସ୍ପେଲିଂ ବୁକ୍’ କପିରାଇଟ୍ କ’ଣ : ନିଜେ ଲେଖିଥିବା ପୁସ୍ତକର ମାଲିକ ହେଉଛନ୍ତି ଲେଖକ । ମାତ୍ର ଏହାକୁ ଯଦି କେହି ଚୋରି କରି ଅର୍ଥାତ କପି କରି ନିଏ ତେବେ ଏହାକୁ ସୁରକ୍ଷିତ ରଖିବା ପାଇଁ କପିରାଇଟ୍ ଆକ୍ଟ ଲାଗୁ ହୋଇଛି । ଭାରତରେ ଏହି ଆକ୍ଟ ୧୯୫୭ରେ ଲାଗୁ କରାଯାଇଛି । ଏହି ଆକ୍ଟ ୬୦ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହେ । ଲେଖକଙ୍କ ମୃତ୍ୟୁ ହେବାର ୬୦ ବର୍ଷ ପର୍ଯ୍ୟନ୍ତ ଏହି ଆକ୍ଟ ବୈଧ ଥାଏ । ଫଳରେ ଲେଖକ ଲେଖିଥିବା ପୁସ୍ତକ ଉପରେ ହକ୍ ରହିଥାଏ ।
ଆବେଦନ ସହିତ ଦେବାକୁ ପଡ଼ିଥାଏ ଏହି କାଗଜପତ୍ର : ଅଭିଯୋଗର ପ୍ରମାଣପତ୍ର, ଲେଖାର ତିନି କପି, ପ୍ରକାଶକଙ୍କଠାରୁ ଅଭିଯୋଗର ପ୍ରମାଣପତ୍ର, ପ୍ରକାଶକଙ୍କ ନାମ, ଠିକଣା ଏବଂ ନାଗରିକତା । ପ୍ରକାଶଥାଉ କି, ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍ ଦିବସ ପାଳନ କରାଯାଇଥାଏ । ଏହିଦିନ ଉଇଲିୟମ ସେକ୍ସପିୟରଙ୍କ ଦେହାନ୍ତ ହୋଇଥିଲା । ତାଙ୍କ ଜନ୍ମଦିବସକୁ ବିଶ୍ୱ କପିରାଇଟ୍ ଦିବସ ଭାବେ ପାଳନ କରାଯାଉଛି ।