କପିଳପ୍ରସାଦ ହସ୍ପିଟାଲରେ ଧାରଣା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ୫୦ଟି ଓ ୫ଟି ୱାର୍ଡର ଲୋକ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପାଉଥିବା କପିଳପ୍ରସାଦ ହସ୍ପିଟାଲରେ କାର୍ଯ୍ୟରତ ଫାର୍ମାସିଷ୍ଟ୍ ନିଶା ଖାଇ କାର୍ଯ୍ୟରତ ଡାକ୍ତରଙ୍କୁ ଗାଳିମନ୍ଦ କରିବାରୁ ଡାକ୍ତର ଜଣକ ଇସ୍ତଫା ପ୍ରଦାନ କରିଛନ୍ତି । ଫଳରେ ଡାକ୍ତରଙ୍କୁ ପୁର୍ନବାର ନିଯୁକ୍ତି ଓ ନିଶା ଖାଇ ଡ୍ୟୁଟି କରୁଥିବା କର୍ମଚାରୀଙ୍କୁ ବହିଷ୍କାର ଦାବି କରି ସ୍ଥାନୀୟ ଲୋକ ଉକ୍ତ ହସ୍ପିଟାଲ ନିକଟରେ ଧାରଣା ଦେଇଥିଲେ । ଚିକିତ୍ସାଳୟ ସୁରକ୍ଷା କମିଟି ସଭାପତି ଲିଙ୍ଗରାଜ ସାହୁ ସରକାର ଏଥି ପ୍ରତି ଦୃଷ୍ଟି ଦେଇ ଏହାର ଅଧିକ ଉନ୍ନତି ଦାବି କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସେବା ପ୍ରତିନିଧିର ମୁଖ୍ୟ ସଂଘଠକ ନିଳମଣି ମିଶ୍ରଙ୍କ ସଂଯୋଜନାରେ ଅଶୋକ ମହାରଣା ଓ ବହୁ ପୁରୁଷ ମହିଳା ସାମିଲ ହୋଇ ଧାରଣା ସ୍ଥଳରେ ରାମ ଧୂନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ