କପିଳମୁନି ହାଇସ୍କୁଲର ପୁରାତନ ଛାତ୍ରଛାତ୍ରୀଙ୍କ ବୈଠକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ପିକିରାଳିର କପିଳମୁନି ହାଇସ୍କୁଲ(କେ.ଏମ.ଏଚ.ଏସ.)ର ୧୯୮୬ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ଏକ ବୈଠକ ଓଳାଶୁଣି ପୀଠରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସମାବେଶରେ ୩୩ଜଣ ପୁରାତନ ଛାତ୍ରଛାତ୍ରୀ ସପରିବାର ଯୋଗଦେଇ କେନ୍ଦ୍ରାପଡା ଜିଲ୍ଲାର ବିକାଶ ପାଇଁ ପୂର୍ବରୁ ନେଇଥିବା ସଙ୍କଳ୍ପକୁ ଦୋହରାଇଛନ୍ତି । ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ପାଇଁ କଣ ପଦକ୍ଷେପ ନିଆଯାଇପାରିବ ସେ ସମ୍ପର୍କରେ ଏହି ବୈଠକରେ ବିଷଦ ଭାବରେ ଆଲୋଚନା କରାଯାଇଛି । ଓଳାଶୁଣୀ ପୀଠର ମହନ୍ତ ନାମାନନ୍ଦ ଦାସ ମହାରାଜ ବୈଠକରେ ପୀଠର ମହାତ୍ମ୍ୟ ଓ ବନ୍ଧୁତ୍ୱର ନିଦର୍ଶନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଭରତପୁର ପଂଚାୟତର ପୂର୍ବତନ ସରପଂଚ ନୃସିଂହ ଚରଣ ଜେନା, ସମାଜସେବୀ ଅଜୟ କୁମାର ଜେନା ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ବୈଠକରେ ଯୋଗଦେଇଥିଲେ । ଏହି ଅବସରରେ ସ୍କୁଲର ପରଲୋକଗତ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସ୍ମୃତିଚାରଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ଚିରଞ୍ଜନ ପରିଡା, ଶଶିକାନ୍ତ ବେହେରା, ଧିରେନ କୁମାର ବେହେରା, ଅଶୋକ ସିଂହ, ସୁମିତ୍ରା ଚୈାଧୁରୀ, ପୁଷ୍ପାଞ୍ଜଳି ପଣ୍ଡା, ପ୍ରମୋଦିନୀ ମିଶ୍ର, ପୁଷ୍ପାଞ୍ଜଳି ନାୟକ, ଅଶ୍ୱିନୀ ସାମନ୍ତରାୟ, ସଂଗ୍ରାମ କେଶରୀ ସାମଲ, ନିମାଇଁ ପ୍ରଧାନ, କିଶୋର ଦାସ, ହିମାଂଶୁ ସାହୁ, ପ୍ରଶାନ୍ତ ପରିଡା, ସନ୍ତୋଷ ଦାସ, ଗୀତାରାଣୀ ବେହେରା, ଦିପ୍ତିମୟୀ ମହାରଣା, ଚିନ୍ମୟୀ ମିଶ୍ର, ସଂଯୁକ୍ତା ବେଉରିଆ, ରମାକାନ୍ତ ସାମନ୍ତରାୟ, ପ୍ରମୋଦ ମହାରଣା, ମାଗୁଣି ଚରଣ ବେହେରା, ନିଶାକର ବେହେରା, ଯୋଗେନ୍ଦ୍ର ସାହୁ, ଅକ୍ଷୟ ସିଂହ, ପ୍ରମୋଦ ସାମଲ, ସୁଶାନ୍ତ ପରିଡା, ମାନସ ପଣ୍ଡା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ