କପିଳମୁନୀ ବୃଦ୍ଧାଶ୍ରମରେ ଯୋଗଶିବିର
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ନୂଆସାହି, ବାଲିଆସ୍ଥିତ କପିଳମୁନି ବୃଦ୍ଧାଶ୍ରମରେ ଏକ ଯୋଗଶିବିର ଆଜି ସକାଳ ୫ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ପରିଣତ ବୟସରେ ଲୋକମାନଙ୍କର ବିଭିନ୍ନ ମାନସିକ ତଥା ଶାରୀରିକ ଅସୁସ୍ଥତାକୁ ସୁଧାର କରିବା ଲକ୍ଷ୍ୟରେ କାଳୀମନ୍ଦିର ଯୋଗ କେନ୍ଦ୍ର ତରଫରୁ ଏହି ଶିବିରର ଆୟୋଜନ ହୋଇଥିଲା । ଯୋଗଗୁରୁ ସୁଜିତ କୁମାର ଜେନା ଯୋଗ ଓ ପ୍ରାଣାୟାମ ପ୍ରତ୍ୟେକଙ୍କୁ ଅଭ୍ୟାସ କରାଇବାର କୌଶଳ ଶିକ୍ଷା ପ୍ରଦାନ କରିଥିଲେ । କେନ୍ଦ୍ରର ସଭାପତି ପ୍ର. ଜୟସ୍ମିତା ନାୟକ, ଉପସଭାପତି ଶ୍ରୀମତୀ ରୀତା ରାଉତ, ସମ୍ପାଦକ ଶ୍ରୀ ରଞ୍ଜନ କୁମାର ସାହୁ, ସହସମ୍ପାଦକ ଶ୍ରୀ ଧ୍ରୁବଚରଣ ବେହେରା, ସଭ୍ୟଶ୍ରୀ ବିଶ୍ୱନାଥ ସିଂ, ଶ୍ରୀ ଦୀପ୍ତିବନ୍ତ ଦାସ, ଶ୍ରୀ ବ୍ୟାସଦେବ ରାଉତ, ଶ୍ରୀମତୀ ଜ୍ୟୋତ୍ସ୍ନା ଜେନା, ଶ୍ରୀମତୀ ରୀତା ସାହୁ, ଶ୍ରୀମତୀ ଆଲାଦା ଉମାଶ୍ରୀ ଶ୍ରୀମତୀ ହରପ୍ରିୟା ରଣା, କୁମାରୀ ଦିପ୍ତୀମୟ ଦାସ, ଶ୍ରୀମତୀ ସୀତା ବେହେରା ଓ ଏଡ଼ଭୋକେଟ୍ ଶ୍ରୀମତୀ ସ୍ନେହଲତା ଦାସ ପତି, ସେମାନଙ୍କର ବକ୍ତବ୍ୟରେ ସମସ୍ତଙ୍କୁ ମୁଗ୍ଧ କରିଥିଲେ । ଆଶ୍ରମର ପ୍ରତିଷ୍ଠାତା ବଳରାମ ସେଠୀ ଓ ତାଙ୍କର ସହଯୋଗୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ସମସ୍ତଙ୍କୁ ସ୍ୱାଦିଷ୍ଟ ଖାଦ୍ୟରେ ଆପ୍ୟାୟିତ କରାଯାଇଥିଲା ।