କପିଳାସ ପୀଠ ନିକଟରେ ଥିବା ଛୋଟ ବଡ଼ ସମସ୍ୟା ପ୍ରତି ଦୃଷ୍ଟି ଦେଉ ପ୍ରଶାସନ

ଢେଙ୍କାନାଳ,(ତାପସ ଦାସ): ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଲକରେ ଥିବା ପ୍ରସିଦ୍ଧ ଶୈବପୀଠ କପିଳାସରେ ଆଉ ଦୁଇ ଦିନ ପରେ ଅନୁଷ୍ଠିତ ହେବାକୁ ଯାଉଛି, ମହା ଶିବରାତ୍ରି ତଥା ଜାଗର ଅବସରେ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଜମିବ, କିନ୍ତୁ ମନ୍ଦିର ପରିବେଶରେ ଯାତ୍ରୀଙ୍କ ଭିଡକୁ ଦୃଷ୍ଟିରେ ରଖି କୌଣସି ସୁଭିଧା ହେଲାଭଳି ଲାଗୁନଥିବା ଅଞ୍ଚଳର ବୃଦ୍ଧି ଜୀବି ମହଲରେ ଆଲୋଚନା ହେଉଛି, କେତେକ ସ୍ଥାନରେ ବିପଦ ପୂର୍ଣ୍ଣ ଅବସ୍ଥାରେ ବହୁ କାଷ୍ଟ ସମେତ ବିଭିନ୍ନ ସାମଗ୍ରୀ ପଡି ରହିଥିବା ଦେଖିବାକୁ ମିଳିଛି, ଏନେଇ ଦୃଷ୍ଟି ଦେବାକୁ ଢେ଼ଙ୍କାନାଳ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଦେବୋତ୍ତର ଅଧିକାରୀଙ୍କୁ ବିଭିନ୍ନ ବ୍ୟକ୍ତିତ୍ୱ ଅନୁରୋଧ କରିଛନ୍ତି । କପିଳାସରେ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରୁ ବିଶ୍ଵନାଥ ମନ୍ଦିର ରାସ୍ତାଟି ଅତି ବିପଦ ପୂର୍ଣ୍ଣ ଅବସ୍ଥାରେ ଥିବାରୁ ଏଠାରେ ଆକସ୍ମିକ ଦୁର୍ଘଟଣା ଘଟି ପାରେ, ଏଥିପାଇଁ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ବିଭିନ୍ନ ମହାଳରୁ ଅନୁରୋଧ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ