କପିଳାସ ପୀଠ ରେ ଶ୍ରଦ୍ଧାଳୁ ଙ୍କୁ ଆର୍ଥିକ ଶୋଷଣ ବନ୍ଦ କରାଯାଉ
ଢେଙ୍କାନାଳ, (ତାପସଦାସ):କପିଳାସ ର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ଜିଉ ଙ୍କ ର ଅଚଳାଚଳ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଥାଇ ସୁଦ୍ଧା ସାରା ରାଜ୍ୟରୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କୁ ପୀଠ ରେ କୌଣସି ସୁବିଧା ସୁଯୋଗ ନଦେଇ ଆର୍ଥିକ ଶୋଷଣ ନେଇ ସର୍ବ ସାଧାରଣ ରେ ଅସନ୍ତୋଷ ଦେଖା ଦେଇଛି। ପୂର୍ବରୁ ଶ୍ରୀ ଜିଉ ଙ୍କ ଚାଷ ଜମି କୁ ଦେବୋତ୍ତର ବିଭାଗ ଦ୍ଵାରା” ଖମାରୀ” ନିଯୁକ୍ତି କରାଯାଇ ଠାକୁର୍ ଙ୍କ ର ଥିବା ୬ ଟି ଖମାର ରୁ ହାତ ଚାଷ ଓ ଭାଗ ଚାଷ ରୁ ଆୟ ହେଉଥିଲା । ଶ୍ରୀ ଜିଉ ଙ୍କ ଭୁ ସମ୍ପତ୍ତି ରୁ ଅମଳ ହେଉଥିବା ଧାନ ରୁ ଚାଉଳ କରାଯାଇ ନୀତି ଭୋଗ କରାଯାଉଥିଲା । କାଳ କ୍ରମେ ଏହି ଖାମାର ଗୁଡ଼ିକର ପରିଚାଳନା ତୃଟି ପାଇଁ ସେଥିରୁ ଯେତିକି ଆୟ ହେବା କଥା ହୋଇ ପାରିଲା ନାହିଁ । ଶ୍ରୀ ଜିଉ ଙ୍କ ର ହଜାର ହଜାର ଏକର ଜମି ଜବର ଦଖଲ ହୋଇ ସାରିଲାଣି । ଏବେ କପିଳାସ ପୀଠ ରୁ ବିଭିନ୍ନ ସ ଇ ରା ତ ଗୁଡ଼ିକ ନିଲାମ ଦିଆଯାଇ ସେଥିରୁ ଆସୁଥିବା ଆୟ କୁ ମୁଖ୍ୟ ଆୟ ରୂପେ ପରିଗଣିତ ହେଉଅଛି । ଏହି ସ ଈ ରା ତ ଗୁଡ଼ିକ ନିଲାମ ଦେଲା ପରେ ତାହା ଆଉ ଦେବୋତ୍ତର ବିଭାଗ ର ନଜର ରେ ରହୁନାହିଁ ଯାହାଦ୍ଵାରା ନିଲାମ ଧାରୀ ମାନେ ମନ ଇଚ୍ଛା ଦର ଧାର୍ଯ୍ୟ କରି ଯାତ୍ରୀ ମାନଙ୍କୁ ଶୋଷଣ କରୁଛନ୍ତି ।ଏପରିକି ପୀଠ ଉପରେ ଭୋଗ ନଡ଼ିଆ ର ସର୍ବୋଚ୍ଚ ବଜାର ଦର ୨୦/୨୫ ଟଙ୍କା ହୋଇଥିବା ବେଳେ ତାହା ୬୦/୭୦ ଟଙ୍କା ରେ ବିକ୍ରୟ ହେଉଛି ।ଏପରିକି ଯେଉଁ ଘିଅ ଦ୍ଵିପ ର ଦର ୫ ଟଙ୍କା ହେବା କଥା ତାହା ୫୦ ଟଙ୍କା ରେ ବିକ୍ରି ହେଉଛି ।ଭୋଗ ର ବିକ୍ରି ଦର ଦେବୋତ୍ତର ବିଭାଗ ଦ୍ଵାରା ନିର୍ଦ୍ଧାରଣ କରା ନଯିବା ଫଳରେ ଯାତ୍ରୀ ମାନେ ଆର୍ଥିକ ଶୋଷଣ ର ଶିକାର ହେଉଛନ୍ତି । ସେହିପରି ପୀଠ ଉପରେ ଦେବୋତ୍ତର ବିଭାଗ କୌଣସି ସ୍ଥାନ ନିରୂପଣ ନ କରି ଅରୁଆ ହୋଟେଲ ନିଲାମ ଦେବା ଫଳରେ ନିଲାମ ଧାରୀ କପିଳାସ ପୀଠ ସମ୍ମୁଖରେ ଥିବା ” ଯାତ୍ରୀ ବିଶ୍ରାମ ଗାର ” କୁ ହୋଟେଲ ରୂପେ ବ୍ୟବହାର କରିବା ଫଳରେ ମନ୍ଦିର ପରିବେଶ ନଷ୍ଟ ହେବା ସଙ୍ଗେ ସଙ୍ଗେ ସାଧାରଣ ଯାତ୍ରୀ ବିଶ୍ରାମ ନେବା ରେ ଅସୁବିଧା ସୃଷ୍ଟି ହେଉଛି । ପୀଠ ଉପରେ ପାର୍କିଂ ପାଇଁ ସ୍ଥାନ ନଥାଇ ପାର୍କିଂ ଷ୍ଟାଣ୍ଡ ନିଲାମ ଦେବା ଦ୍ଵାରା ପୀଠ ର ସମ୍ମୁଖ ଭାଗ ରେ ଯାନ ବାହନ ରାସ୍ତା ଉପରେ ରହିବା ଫଳରେ ସାଧାରଣ ଯାତ୍ରୀ ଙ୍କ ଚଳ ପ୍ରଚଳ ରେ ବାଧା ସୃଷ୍ଟି ହେଉଛି । କପିଳାସ ସିଂହ ଦ୍ଵାର ସମ୍ମୁଖ “ବଡ଼ଦାଣ୍ଡ ” ରେ ଝୁମ୍ପୁଡି ଦୋକାନ କରି ସମ୍ପୂର୍ଣ ବଡ଼ଦାଣ୍ଡ କୁ କିଛି ଦୋକାନୀ ଅକ୍ତିଆର କରି ରଖିବା ଫଳରେ ସାଧାରଣ ଯାତ୍ରୀ ମାନେ ଠିଆ ହେବା ପାଇଁ ଯାଗା ପାଉନାହାନ୍ତି । ଏପରିକି କପିଳାସ ପୀଠ ରେ ଦେବୋତ୍ତର ବିଭାଗ ପାଇଖାନା ନିଲାମ ଦେବା ଫଳରେ ସାଧାରଣ ଲୋକ ସର୍ବନିମ୍ନ ପରିମଳ ବ୍ୟବସ୍ଥା ର ସୁବିଧା ରୁ ବଞ୍ଚିତ ହେଉଛନ୍ତି ଯାହା ଦ୍ଵାରା ସ୍ଥାନୀୟ ପରିବେଶ ଦୂଷିତ ହେଉଅଛି । କପିଳାସ ର ପାଦ ଦେଶ ରେ ଦେବୋତ୍ତର ଦ୍ଵାରା ଏକ ଟୋଲ ଗେଟ ନିଲାମ ଦିଆଯାଉଛି । ରାଜ୍ୟ ର ଦୂର ଦୁରନ୍ତ ରୁ ଯେଉଁ ଯାନ ବାହାନ ଗୁଡ଼ିକ କପିଳାସ ଆସୁଛନ୍ତି ସେମାନଙ୍କ ଠାରୁ ଟୋଲ ଫିସ ସାଙ୍ଗରେ ପାର୍କିଂ ଫିସ ମିଶେଇ କରି ଆଦାୟ ହେବା ଫଳରେ ଯାତ୍ରୀ ମାନଙ୍କୁ ଅତ୍ୟଧିକ ଦର ଦେବାକୁ ପଡୁଛି । ଯେଉଁ ଯାନ ବାହନ କପିଳାସ ପୀଠ କୁ ଯିବେ ସେମାନେ ନିର୍ଦ୍ଧାରିତ ଦର ରେ ଟୋଲ ଫିସ ଦେବା କଥା ଓ ଯେଉଁ ଯାନ ବାହାନ ପାର୍କିଂ ସ୍ଥଳ ରେ ଗାଡି ରଖିବେ ସେମାନେ କେବଳ ପାର୍କିଂ ଫିସ ଦେବା କଥା କିନ୍ତୁ ଏଠାରେ ସବୁ ଗାଡି ଗୁଡ଼ିକ ଠାରୁ ଜୋର୍ ଜବରଦସ୍ତ ଦୁଇଟି ଯାକ ଫିସ ଆଦାୟ କରାଯାଉଛି । ଏହି ଅବ୍ୟବସ୍ଥା ପାଇଁ ” କପିଳାସ ସୁରକ୍ଷା ପରିଷଦ ” ତରଫରୁ ଏକ ୨୨ ଦଫା ସମ୍ବଳିତ ଦାବି ପତ୍ର ଜିଲ୍ଲା ପାଳ ଙ୍କୁ ଦିଆ ଯାଇଥିଲେ ସୁଦ୍ଧା ଏହା ଉପରେ କୌଣସି ପଦକ୍ଷେପ ନିଆ ନଯିବାରୁ ଜନ ଅସନ୍ତୋଷ ସୃଷ୍ଟି ହେଲାଣି ।ସର୍ବନିମ୍ନ ସୁବିଧା ସୁଯୋଗ ଶ୍ରଦ୍ଧାଳୁ ଙ୍କୁ ନ ଯୋଗାଇ ଅତ୍ୟଧିକ ଆର୍ଥିକ ଶୋଷଣ କୁ ସାଧାରଣ ଶ୍ରଦ୍ଧାଳୁ ନା ପସନ୍ଦ କରୁଛନ୍ତି ।ଏହି ଘଟଣା କୁ ନେଇ ଆଗାମୀ ଦିନରେ ଜନ ଆନ୍ଦୋଳନ ଯେ ନହେବ ତାହା କହି ହେବ ନାହିଁ । ତେଣୁ ଜିଲ୍ଲା ପ୍ରଶାସନ ଖୁବ୍ ଶୀଘ୍ର କପିଳାସ ରେ ଶ୍ରଦ୍ଧାଳୁ ମାନଙ୍କୁ ଆର୍ଥିକ ଶୋଷଣ ବନ୍ଦ କରିବା ପାଇଁ ପଦକ୍ଷେପ ନେବା ଜରୁରୀ ହୋଇ ପଡ଼ିଛି ।