କପିଳାସ ପୀଠ ର ସୁରକ୍ଷା ପାଇଁ ଆଜି ନୂତନ ଭାବେ ଗଠିତ ହେଲା ” କପିଳାସ ସୁରକ୍ଷା ପରିଷଦ “
ଢେଙ୍କାନାଳ, (ତାପସଦାସ):ଆଜି ଢେଙ୍କାନାଳ ଜିଲ୍ଲାର ଗଁଦିଆବ୍ଲକର କପିଳାସ ଭକ୍ତ ନିବାସ ରେ ସ୍ଥାନୀୟ ସରପଞ୍ଚ ବିଜୟ କୁମାର ଦେହୁରୀ ଙ୍କ ଅଧ୍ୟକ୍ଷତା ରେ ଏକ ୨୧ ଜଣିଆ କମିଟି ଗଠନ କରାଯାଇ ଖୁବ୍ ଶୀଘ୍ର ଢେ଼ଙ୍କାନାଳ ଜିଲ୍ଲାପାଳ ଙ୍କୁ ଭେଟି କପିଳାସ ପୀଠ ରେ ଉପୁଜୁଥିବା ସମସ୍ୟା ଗୁଡ଼ିକ ସମାଧାନ ପାଇଁ ଦାବି ଉପସ୍ଥାପନ କରାଯିବ । ଯଦି ଏହି ସମସ୍ୟା ଗୁଡ଼ିକ ଜିଲ୍ଲା ପ୍ରଶାସନ ସମାଧାନ କରିବାରେ ବିଫଳ ହୁଅନ୍ତି ତେବେ ଆଗାମୀ ଦିନରେ ଶ୍ରୀ ଜୀଉ ଙ୍କ ସ୍ବାର୍ଥ କୁ ଆଖିଆଗରେ ରଖି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ । ଏହି ବୈଠକ ରେ ସ୍ଥାନୀୟ ଅନେକ ଆଗ୍ରହୀ ଯୁବକ ଙ୍କ ସମେତ ଗନ୍ଦିଆ ର ପୂର୍ବତନ ସରପଂଚ ମଙ୍ଗରାଜ ବାରିକ ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ମଳୟ ସିଂହ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ସନାତନ ସାହୁ, ପୂର୍ବତନ ସରପଂଚ ଗୋବର୍ଦ୍ଧନ ନାୟକ , ବେଲେତିକିରି ପଞ୍ଚାୟତ ର ସରପଂଚ ବଳରାମ ସାମଲ, କାଇମାଟି ସରପଞ୍ଚ ଅମିତ୍ ସ୍ୱାଇଁ , ଗନ୍ଦୀଆ ବ୍ଲକ୍ ର ଉପାଧ୍ୟକ୍ଷ ନବ ସାମଲ , ମନରେଗା ର ପୂର୍ବତନ ଲୋକପାଳ ଅମରେନ୍ଦ୍ର ମଲ୍ଲ ,ସୂଚନା ଅଧିକାର କର୍ମୀ ପ୍ରିୟବ୍ରତ ଗଡ ନାୟକ, ବରିଷ୍ଠ ସେବାୟତ ଗୁରୁ ଚରଣ ମହାପାତ୍ର ,ସୁରେଶ ପତି,ବିଜୟ ମହାପାତ୍ର ,ପ୍ରକାଶ ପତି ,ବିଶ୍ୱଜିତ୍ ପତି ଙ୍କ ସମେତ ଅନେକ ଯୁବକ ଯୋଗ ଦେଇ ଆଗାମୀ ଦିନରେ ଏହି ସଂଗଠନ କୁ ସୁଦୃଢ଼ କରିବାକୁ ନିଷ୍ପତି ନେଇଥିଲେ ।