କପିଳାସ ସୁରକ୍ଷା ପରିଷଦ ର ଆସନ୍ତା ୨୮ ରେ ପ୍ରସ୍ତାବିତ ଧର୍ମଘଟ ଏକ ମାସ ପାଇଁ ପ୍ରତ୍ୟାହୃତ
ଢେଙ୍କାନାଳ, (ତାପସଦାସ):ଆଜି କପିଳାସ ପୀଠ ଉପରେ ଥିବା ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଜିଲ୍ଲା ପ୍ରଶାସନ ଓ କପିଳାସ ସୁରକ୍ଷା ପରିଷଦ ର ଏକ ମିଳିତ ବୈଠକ ଢେ଼ଙ୍କାନାଳ ଉପ ଜିଲ୍ଲା ପାଳ ଶ୍ରୀଯୁକ୍ତ ବିବୁଧ ପ୍ରସାଦ ଗଡ ନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ କପିଳାସ ସୁରକ୍ଷା ପରିଷଦ ର ଗତ ୧୦ ତାରିଖ ରେ ଜିଲ୍ଲାପାଳ ଙ୍କୁ ଦିଆଯାଇଥିବା ୨୨ ଦଫା ସମ୍ବଳିତ ଦାବି ପତ୍ର ଉପରେ ବିଶଦ ଆଲୋଚନା କରାଯାଇ ନିମ୍ନ ଲିଖିତ ପ୍ରସ୍ତାବ ଗୁଡ଼ିକ ସର୍ବ ସମ୍ମତିକ୍ରମେ ଗୃହୀତ ହୋଇ ଥିଲା ।
୧- କପିଳାସ ସିଂହ ଦ୍ଵାର ସମ୍ମୁଖ ରେ ଥିବା ଯାତ୍ରୀ ନିବାସ କୁ ଆଉ ହୋଟେଲ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ସ୍ଥିର କରାଗଲା । ହୋଟେଲ ପାଇଁ ଅନ୍ୟତ୍ର ସ୍ଥାନ ନିରୂପଣ କରାଯାଇଛି ବୋଲି ଉପ ଜିଲ୍ଲାପାଳ ମତ ବ୍ୟକ୍ତ କରିଥିଲେ ।
୨. କପିଳାସ ରୁ ଟୋଲ ଗେଟ ପ୍ରଥା କୁ ବନ୍ଦ କରାଯାଇ କେବଳ ନୂତନ ନିର୍ମିତ ପାର୍କିଂ ସ୍ଥଳ ପାଇଁ କେବଳ ପାର୍କିଂ ଫିସ ଆଦାୟ କରାଯିବ ବୋଲି ସ୍ଥିର କରାଗଲା ।
3. କପିଳାସ ପୀଠ ପାଇଁ ଖୁବ୍ ଶୀଘ୍ର ଏକ କମ୍ପ୍ରେହେନ୍ସିଭ ମାଷ୍ଟର ପ୍ଲାନ୍ କରାଯାଇ ପୀଠ କୁ ସରସ ସୁନ୍ଦର୍ କରାଯିବା ସଂଗେ ସଙ୍ଗେ କପିଳାସ ବଡ଼ଦାଣ୍ଡ ରେ କେବଳ ଭୋଗ ଦୋକାନ ବ୍ୟତୀତ ଅନ୍ୟ ଦୋକାନ ଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ର ନିଷ୍ପତି ହେଲା ।
4. କପିଳାସ ପୀଠ ଠାରୁ ଢେ଼ଙ୍କାନାଳ ମନ୍ଦାର ପୂର୍ତ୍ତ ବିଭାଗ ରାସ୍ତା ପର୍ଯ୍ୟନ୍ତ ଦୁଇ ପାର୍ଶ୍ଵ ରେ ଆମିଷ ଭୋଜି କୁ ସମ୍ପୂର୍ଣ ବନ୍ଦ କରାଯିବା ପାଇଁ ପ୍ରସ୍ତାବ ଗ୍ରହଣ ହେଲା ।
5. କପିଳାସ ର ଜବର ଦଖଲ ହେଉଥିବା ଭୁ ସମ୍ପତ୍ତି ର ପୁନରୁଦ୍ଧାର ପାଇଁ ପଦକ୍ଷେପ ନେବାକୁ ଦେବୋତ୍ତର ପ୍ରଶାସନ ପଦକ୍ଷେପ ନେବା ପାଇଁ ସ୍ଥିର କରାଗଲା ।
6. କପିଳାସ ପୀଠ ରେ ବିକ୍ରି ହେଉଥିବା ଭୋଗ ସାମଗ୍ରୀ ଓ ଘିଅ ର ମାନ ଓ ଦର ଠିକ୍ ଭାବରେ ତନଖି କରି ଦର ତାଲିକା କୁ ଦୋକାନ ଆଗରେ ମରାଯିବ ପାଇଁ ନିଷ୍ପତି ହେଲା ।
7. କପିଳାସ ପୀଠ ରେ ଥିବା ପାଠାଗାର ଓ ହରିହର ମଠ ପାଇଁ ଅର୍ଥ ମଞ୍ଜୁରୀ ପାଇଁ ଉପଜିଲ୍ଲାପାଳ ସମ୍ମତି ପ୍ରକାଶ କରିଥିଲେ ।
8. କପିଳାସ ପୀଠ ରେ ସ୍ଥାୟୀ କର୍ମଚାରୀ ନିଯୁକ୍ତି କରିବା ପାଇଁ ସମ୍ମତି ପ୍ରକାଶ କରାଗଲା ।
9. କପିଳାସ ପୀଠ ର ସଫେଇ ପାଇଁ ନୂତନ କର୍ମଚାରୀ ନିଯୁକ୍ତି ଦିଆଯିବ ପାଇଁ ସ୍ଥିର ହେଲା । କପିଳାସ ପୀଠ ରେ ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଣ ପାଇଁ ଶୀଘ୍ର ବ୍ୟବସ୍ଥା କରାଯିବ ବୋଲି ନିଷ୍ପତି ହେଲା ।
10. କପିଳାସ ବାରବଙ୍କ ଠାରେ ନିର୍ମିତ ଶିବ ମୂର୍ତ୍ତି ଜଳ ଫୁଆରା ର ମରାମତି କରାଯାଇ ତାହା ମା ସଂତୋଷୀ ଟ୍ୟାକ୍ସି ଆସୋସିଏସନ୍ କୁ ତାହାର ପରିଚାଳନା ଦାୟିତ୍ଵ ଦିଆଯିବା ପାଇଁ ସ୍ଥିର ହେଲା ।
11. କପିଳାସ ପୀଠ ଟି ସମ୍ପୂର୍ଣ ରିଜର୍ଭ ଜଙ୍ଗଲ ଜମିରେ ଥିବାରୁ ଜଙ୍ଗଲ ବିଭାଗ କୁ ପୀଠ ର ଉନ୍ନୟନ ପାଇଁ ଆବଶ୍ୟକୀୟ ଜମି ଯୋଗାଇ ଦିଆଯାଇ ତାର ସମ୍ ପରିମାଣର ଯାଗା କୁ ମୃଗୟା ବିହାର ପରିସର ରେ ଦିଆଯିବାକୁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବେ ବୋଲି ସ୍ଥିର କରାଗଲା
12. ଭାବିଶ୍ଵତ୍ ରେ କପିଳାସ ପୀଠ ରେ କୌଣସି ଶ୍ରଦ୍ଧାଳୁ ଯେପରି ଆର୍ଥିକ ଶୋଷଣ ର ଶିକାର ନ ହେବେ ସେଥିପାଇଁ ଦେବୋତ୍ତର ପ୍ରଶାସନ ଦୃଷ୍ଟି ଦେବାକୁ ପରିଷଦ ତରଫରୁ ଅନୁରୋଧ କରାଯାଇଥିଲା ।
13. କପିଳାସ ନିରୁପମା ହୋଟେଲ ର ପାଖରେ ଥିବା ଗୋଷ୍ଠୀ ଭକ୍ତ ନିବାସ କୁ ଶ୍ରଦ୍ଧାଳୁ ମାନଙ୍କ ପାଇଁ ବିଶ୍ରାମ ଉପଯୋଗୀ କରାଯିବା ପାଇଁ ସ୍ଥିର କରାଗଲା
14. କପିଳାସ ରେ ଥିବା ଶୌଚାଳୟ କୁ ଶ୍ରଦ୍ଧାଳୁ ମାନଙ୍କୁ ୨୪ ଘଣ୍ଟିଆ ସୁବିଧା ଯୋଗାଇ ଦେବାପାଇଁ ପରିଷଦ ତରଫରୁ ଅନୁରୋଧ କରାଗଲା ।
15. କପିଳାସ ପୀଠ ରେ ସାତ ବାଖରିଆ ଧର୍ମଶାଳା କୁ ଶ୍ରଦ୍ଧାଳୁ ମାନଙ୍କୁ ରାତ୍ରି ରହଣି ର ସୁଯୋଗ ଦେବା ପାଇଁ ପରିଷଦ ତରଫରୁ ଅନୁରୋଧ କରାଗଲା ।
ଯଦି ଆଲୋଚନା ହୋଇଥିବା ବିଷୟ ବସ୍ତୁ ଉପରେ ଦେବୋତ୍ତର ପ୍ରଶାସନ କୌଣସି ନିଷ୍ପତି ନେବାରେ ଅବହେଳା ପ୍ରଦର୍ଶନ କରାଯାଏ ତେବେ ଏକ ମାସ ପରେ ପୁଣି ଅନଶନ ଓ ଧର୍ମଘଟ କରାଯିବ ବୋଲି ପରିଷଦ ର ସଭାପତି ଶ୍ରୀ ଗୁରୁ ଚରଣ ମହାପାତ୍ର ମତ ବ୍ୟକ୍ତ କରିଥିଲେ । ଏହି ବୈଠକ ରେ ଦେବୋତ୍ତର ଇନ୍ସପେକ୍ଟର ପ୍ରଦ୍ୟୁମ୍ନ ତ୍ରିପାଠୀ ଙ୍କ ସମେତ ପରିଷଦ ର ଆବାହକ ତଥା ପୂର୍ବତନ ବିଧାୟକ ନବିନ ନନ୍ଦ, ଗନ୍ଦିଆ ପଞ୍ଚାୟତ ସମିତି ର ପୂର୍ବତନ ଅଧ୍ୟକ୍ଷ ମଳୟ ସିଂହ , ପୂର୍ବତନ ସରପଂଚ ମଙ୍ଗରାଜ ବାରିକ , ଅମରେନ୍ଦ୍ର ମଲ୍ଲ ,ଦୁଃଖବନ୍ଧୁ ଦାସ ,ଦୁଷ୍ମନ୍ତ ମହାନ୍ତି ,ଲମ୍ବୋଦର ପରିଡ଼ା ,କବିର ଲେଙ୍କା ,ଅସିତ୍ ମହାନ୍ତି,ଶ୍ରୀଧର ପାତ୍ର ପ୍ରଭୁତି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ସଭା ଶେଷରେ ଦେବୋତ୍ତର ଇନ୍ସପେକ୍ଟର ପ୍ରଦ୍ୟୁମ୍ନ ତ୍ରିପାଠୀ ଧନ୍ୟବାଦ୍ ଦେଇଥିଲେ ।