କପିଳାସ ହାପମାରାଥନପାଇଁ ସ୍ୱଚ୍ଛ ନିରପେକ୍ଷ ଅନୁଷ୍ଠିତ
ଢେଙ୍କାନାଳ, (ତାପସଦାସ):କପିଳାସ ପରିବେଶ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଆଜି ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ବନ ଅଧିକାରୀଙ୍କ ନେତୃତ୍ୱରେ ଟାଟା ଷ୍ଟିଲର ୨୫୦ରୁ ଉର୍ଦ୍ଧ୍ବ କର୍ମଚାରୀ ଏକାଠି ହୋଇ କପିଳାସ ପାହାଡ଼ ନିକଟରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। କପିଳାସ ବନ୍ୟପ୍ରାଣୀ ଅଭୟାରଣ୍ୟ ଅଞ୍ଚଳ, ଚନ୍ଦ୍ରଶେଖର ଜୀଉ ମନ୍ଦିରକୁ ଯାଉଥିବା ରାସ୍ତା ଏବଂ ଟାଟା ଷ୍ଟିଲ କପିଳାସ ହାଫ୍ ମାରାଥନର ପ୍ରସ୍ତାବିତ ସ୍ଥାନଠାରେ ଏହି ସଫେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ହାତୀ ମାନଙ୍କ ସୁରକ୍ଷା ସହ ଏକ ସୁସ୍ଥ ସବୁଜ ପରିବେଶ ବଜାୟ ରଖିବାପାଇଁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆସନ୍ତା ୧୧ ତାରିଖରେ କପିଳାସ ହାଫ୍ ମାରାଥନ୍ – ୨୦୨୫ କପିଳାସ ପାହାଡ଼ ପାଦଦେଶରେ ହେବାକୁ ଯାଉଛି l ଏହି ବିଶାଳ ଗଣଦୌଡ଼କୁ ଦୃଷ୍ଟିରେ ରଖି ସଫେଇ ଅଭିଯାନ
ଆୟୋଜିତ ହୋଇଛି l