କପିଳେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବାରିକପୁର, (ଓ୍ବାଇଏନ୍ଏସ୍): ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଂଚାୟତ ହାଜିପୁର ଠାରେ କପିଳେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ ମଣିନାଥପୁର ଜେଵିୱାଇସି ଓ ଏନ୍ଏନସି କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏନ୍ଏନସି କ୍ରିକେଟ ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୬ ଓଇକେଟ ହରାଇ ୪୭ ରନ୍ ସଂଗ୍ରହ କରିଥିଲା।ଜଵାଵରେ ଜେଵିୱାଇସି ଟିମ୍ ୭.୪ଓଭରେ ଆବଶ୍ୟକ ରନ୍ ସଂଗ୍ରହ କରି ବିଜୟ ଲାଭ କରିଥିଲା। ଆୟୋଜିତ ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଅଲିଭା ନାୟକ ଓ ସମ୍ମାନିତ ଅତିଥି ଭାବେ ନିର୍ବାଚନ ମଣ୍ଡଳୀ ବିଜେପି ନେତା ଵଦ୍ରୀନାରାୟଣ ଧଳ ଯୋଗଦେଇ ଦୁଇ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦୁଆପଦା ସରପଞ୍ଚ ଇଂ ପ୍ରମୋଦ ଜେନା, ଚିତ୍ର ତାରକା ସ୍ବରାଜ ମହାପାତ୍ର, ଶିକ୍ଷାବିତ ଭୀମସେନ ନାୟକ, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଅମୂଲ୍ୟ ସେଠୀ, ଶିକ୍ଷାବିତ ଭୀମସେନ ନାୟକ, ସାମ୍ବାଦିକ ଦୁର୍ଯୋଧନ ଲେଙ୍କା, ଅବସରପ୍ରାପ୍ତ ଶିକ୍ଷକ ନୀଳମଣି ନାୟକ, ନଟବର ସାମଲ, ବିଷ୍ଣୁ ଚରଣ ନାୟକ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହ ପୂର୍ଣ୍ଣ ବକ୍ତବ୍ୟ ପ୍ରଦାନ କରିଥିଲେ। ଅମ୍ଫାୟର ଭାବେ ନୀଲକ ସାମଲ ଓ ପ୍ରଦୀପ ବେହେରା ଖେଳ ପରିଚାଳନା କରିଥିବାବେଳେ ପ୍ରହଲ୍ଲାଦ ଜେନା ଭାଷ୍ୟ କାର ଭାବେ ଦାଇତ୍ୱ ନିର୍ଵାହ କରିଥିଲେ। ଟୁର୍ଣ୍ଣାମେଣ୍ଟ କୁ ଗ୍ରାମର ସୁରେଶ ନାୟକ, ରାଜେଶ ନାୟକ,ଞାନେନ୍ଦ୍ର ନାୟକ, ନୀହାର ନାୟକ,ସତ୍ୟସ୍ଵାଗତ ବେହେରା, ଦୟାନିଧି ରାଉତ, ରବିନ୍ଦ୍ର ବେହେରା, ସୁବୋଧ ଜେନା, ଦେବେନ୍ଦ୍ର ରାଉତ, ସତ୍ୟପ୍ରକାଶ ରାଉତ, ସୁଧାଂଶୁ ଶେଖର ରାଉତ ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ