କପିଳେଶ୍ୱର ହାଇସ୍କୁଲର ବାର୍ଷିକ କ୍ରୀଡାଉତ୍ସବ ଉଦଯାପିତ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କଳିଗାଁ ସ୍ଥିତ କପିଳେଶ୍ୱର ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରତ୍ନାକର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦଯାପନି ଉତ୍ସବରେ ଏବିଇଓ ଧନେଶ୍ୱର ଖଣ୍ଡେଇ, ଏବିଇଓ ତଥା ବିଆରସିସି ସୁରେଶ କୁମାର ଜେନା, ଓଷ୍ଟାର ବ୍ଲକ ସଭାପତି ଶିଶିର କୁମାର ବିଶ୍ୱାଳ, ଅନିରୁଦ୍ଧ ସେଠୀ, ନବ କୁମାର ଲେଙ୍କା, ଭଗବାନ ମିଶ୍ର, ଉମାକାନ୍ତ ସେନାପତି, ବିଜୟ କୁମାର ଜେନା, ସୁଦର୍ଶନ ପଣ୍ଡା, ବିନୋଦ ବିହାରୀ ପଣ୍ଡା, ନିରାକାର ଦାସ, ବିଦ୍ୟାଧର ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ବହୁ ମୁଲ୍ୟବାନ ଉପଦେଶ ମାନ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ଶ୍ରେଷ୍ଠ ଛାତ୍ରଭାବେ ରୁଦ୍ରନାରାୟଣ ଦାସ, ଶ୍ରେଷ୍ଠ ଛାତ୍ରୀ ଭାବେ ବିଜୟଲକ୍ଷ୍ମୀ ଦାସ, ଶ୍ରେଷ୍ଠ ନିଉଜ ରିଡର ଭାବେ ଗାୟତ୍ରୀ ମାଝୀ, ଶ୍ରେଷ୍ଠ କମାଣ୍ଡର ଭାବେ ଓମପ୍ରକାଶ ସାହୁ, ସ୍ୱଚ୍ଛଭାରତ କାର୍ଯ୍ୟକ୍ରମରେ ବରିଷ୍ଠ ବିଭାଗରୁ ତପସ୍ୱିନୀ ସାମଲ, ମୋନାଲିସା ଦାସ, କନିଷ୍ଠ ବିଭାଗରେ ଗୋପବନ୍ଧୁ ପତି, ବାର୍ଷିକ କ୍ରୀଡାରେ ଚମ୍ପିୟନ ଭାବେ ଶ୍ରୀଦେବୀ ସାଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି ଅବସରରେ ଛାତ୍ରୀ ମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ ଶିକ୍ଷକ ମୃତ୍ୟୁଞ୍ଜୟ ପଲେଇ, ପରେଶ କୁମାର ପରିଡା, ମହିମାମୟୀ ପଲେଇ, ନିରାକାର ସେଠୀ, ରବିନାରାୟଣ ସେଠୀ, ଦିବ୍ୟପ୍ରକାଶ ରାଉତ, ଦେବାଶିଷ ଜେନା, ଅର୍ଜମା ଅର୍ପିତା ପତି, ବାସନ୍ତୀ କୁମାରୀ ସାହୁ, ସନ୍ଧ୍ୟାରାଣୀ ମହାରଣା, ପ୍ରମୋଦ କୁମାର ବେହେରା, ସ୍ମୀତାଞ୍ଜଳୀ ଦାସ, ପ୍ରୀୟଙ୍କା ସେନାପତି, ଗିରିଧାରୀ ଦାସ, ଅଚ୍ୟୁତାନନ୍ଦ ଦାସ, ଗୋଲେଖ ଚନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଆଖ ପାଖ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ