କପୁର ଖାନଦାନ ରେ ବାଜିବ ଶହାନାଇ
(ଯୁଗାବ୍ଦ ନ୍ୟୁଜ) ସେକ୍ସପିୟର ଙ୍କ ଭାଷା ରେ ପ୍ରେମ ହେଉଛି ଚିରନ୍ତନ ଶାଶ୍ୱତ । ଆଉ ଏହି ପ୍ରେମ କୁ ନେଇ ବି ଟାଉନ ଉଠୁଛି ପଡୁଛି । ବଲିଉଡ ର ମୋଷ୍ଟ ଏଲିଜବଲ ବ୍ୟାଚଲର ସାବରିୟା ରୁ ନିଜର କ୍ୟାରିୟର ଆରମ୍ଭ କରିଥିବା କପୁରବୟ ରଣବୀର କପୁର ବିବାହ କୁ ନେଇ ଚର୍ଚ୍ଚ ଜୋର ଧରିଛି । ଦୀର୍ଘ ଦିନ ଧରି ଡେଟିଙ୍ଗ କରିବା ପରେ ବଲିଉଡ ର ନିର୍ଦ୍ଦେଶକ ମୁକେଶ ଭଟ୍ଟ ଙ୍କ ଲଳନା ଆଲିଆ ଭଟ୍ଟ ଙ୍କ ସାହାନାଇ ବାଜିବାକୁ ଯାଉଛି । ଏଥିପାଇଁ ଦୁଇ ପରିବାରରେ ଖୁସି ର ମାହୋଲ କହିଲେ ନ ସରେ । ବର ଶୁଣିବାକୁ ମିଳୁଛି ଯେ ନିକଟରେ ଆଲିଆ ଭଟ୍ଟ ନିଜର ବିବାହ ଲେହେଙ୍ଗା ପାଇଁ ପ୍ରସିଦ୍ଧ ଡିଜାଇନର୍ ସବ୍ୟସାଚୀଙ୍କ ସହିତ ସାକ୍ଷାତ କରିଛନ୍ତି । ଆଲିଆ ମଧ୍ୟ ଅନ୍ୟ ବଲିଉଡ୍ ଅଭିନେତ୍ରୀଙ୍କ ପରି ସବ୍ୟସାଚୀଙ୍କ ଲେହେଙ୍ଗା ପିନ୍ଧି ନଜର ଆସିପାରନ୍ତି ।ଆଲିଆ-ରଣବୀରଙ୍କ ବିବାହ ଖବର ଲଗାତାର ସାମ୍ନାକୁ ଆସୁଥିବା ବେଳେ ଏବେ କୁହାଯାଉଛି ଯେ, ଆଲିଆ ଓ ରଣବୀର ଆସନ୍ତା ବର୍ଷର ପ୍ରଥମାର୍ଦ୍ଧରେ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି ।