କଫ ସମସ୍ୟାରୁ ଉପଶମ ପାଇଁ..
ଅତ୍ୟଧିକ ଥଣ୍ଡା ହେଲେ ଛାତିରେ କଫ ଜମିବା ଆଶଙ୍କା ଅଧିକ ଥାଏ । ଏହା ଦ୍ୱାରା ଶ୍ୱାସକ୍ରିୟାରେ ବାଧା ସୃଷ୍ଟି ହାଇଥାଏ । ଏପରି ସମସ୍ୟାରୁ ଉପଶମ ପାଇବାର କେତେକ ଘରାଇ ଉପାୟ ରହିଛି । ଏଗୁଡିକୁ ଆପଣେଇପାରନ୍ତି…
ଅଧା କପ୍ ଉଷୁମ ପାଣିରେ ଏକ ଚାମଚ ହଳଦୀଗୁଣ୍ଡ ଭଲ ଭାବେ ମିଶାଇ ଦିଅନ୍ତୁ । ତା’ପରେ ଏଥିରେ ଏକ ଚାମଚ ଗାଲମରିଚ ଗୁଣ୍ଡ ଏବଂ ଏକ ଚାମଚ ମହୁ ମିଶାନ୍ତୁ । ଏହି ମିଶ୍ରଣକୁ ୨-୩ ମିନିଟ୍ ପର୍ଯ୍ୟନ୍ତ ଉଷୁମ କରି ପିଅନ୍ତୁ । ନିୟମିତ କିଛିଦିନ ଏହାକୁ ପିଇଲେ କଫ ସମସ୍ୟା ଦୂର ହାଇଥାଏ ।
ଅଦାକୁ ଛାଟ ଛାଟ ଆକାରରେ କାଟିଦିଅନ୍ତୁ । ପରେ ଏହାକୁ ପାଣିରେ ମିଶାଇ ଭଲଭାବେ ଫୁଟାନ୍ତୁ । ଏହାକୁ ଉଷୁମ ଅବସ୍ଥାରେ ପିଇଲେ କଫରୁ ଉପଶମ ମିଳିଥାଏ ।
ଦୁଇ ଚାମଚ ଲେମ୍ବୁରସରେ ଏକ ଚାମଚ ମହୁ ମିଶାଇ ଭଲ ଭାବେ ଗାଳାଇ ଦିଅନ୍ତୁ । ଏହି ମିଶ୍ରଣକୁ ପିଇଲେ କଫ ସମସ୍ୟା ଅନେକାଂଶରେ ଦୂର ହାଇଥାଏ ।
ଅଧା ଚାମଚ ପିଆଜ ରସରେ ଏକ ଚାମଚ ମହୁ ମିଶାଇ ପିଇଲେ କେବଳ କଫ ନୁହେଁ, ଥଣ୍ଡାଜନିତ ସମସ୍ୟା ମଧ୍ୟ ଦୂର ହାଇଥାଏ ।