କବର ସ୍ଥାନରେ ମୃତଦେହକୁ କବର ଦିଆଯାଏ ନାହିଁ
କବର ସ୍ଥାନର କଥା ଶୁଣିଲେ ମନକୁ ଆପଣାଛାଏଁ ଆସେ କି ଯେଉଁଠି ମଣିଷଙ୍କ ମୃତଦେହକୁ କବର ଦିଆଯାଇଥାଏ । ହେଲେ ଏହି କବର ସ୍ଥାନ ସବୁଠାରୁ ନିଆରା । ସିବେଲ ଆଉଲାଣ୍ଡ ଭାବେ ପରିଚିତ ଏହି ଦ୍ୱୀପକୁ “ଜଙ୍ଗଲି ଘୋଡ଼ାଙ୍କ ଘର’ ବୋଲି ମଧ୍ୟ କୁହାଯାଏ । ଏହାକୁ “ସମୁଦ୍ରର କବରସ୍ଥାନ’ ବୋଲି କୁହାଯାଏ । ଏହା ପଛରେ ଏକ କାରଣ ରହିଛି । ଏହା କାନାଡାର ନୋଭା ସ୍କୋଟିଆରୁ ପ୍ରାୟ ୧୦୦ ମାଇଲ ଦୂରରେ ଅବସ୍ଥିତ ଏକ ଦ୍ୱୀପ । ଏହି ଦ୍ୱୀପର ଲମ୍ବ ପ୍ରାୟ ୪୨ କିଲୋମିଟର ହୋଇଥିବାବେଳେ ଏହାର ପ୍ରସ୍ଥ ୧.୫ କିଲୋମିଟର । ଲୋକକଥା ଅନୁଯାୟୀ, ଏହି ଦ୍ୱୀପରେ ସବୁବେଳେ ଘନ କୁହୁଡି ଓ ସମୁଦ୍ର ବାଲି ପରି ଦୃଶ୍ୟ ନଜର ଆସୁଥିବାରୁ ଏହି ବାଟଦେଇ ଯାଉଥିବା କିଛି ଜାହାଜ ଏଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥାଆନ୍ତି । ଏପର୍ଯ୍ୟନ୍ତ ଏଠାରେ ଦୁର୍ଘଟଣାର ଶିକାର ହୋଇଥିବା କୌଣସି ଜାହାଜକୁ ଫେରାଇ ଅଣାଯାଇ ନ ଥିବା କୁହାଯାଏ । ତେଣୁ ଏହି ଦ୍ୱୀପକୁ ଜାହାଜର କବରସ୍ଥାନ ବୋଲି ମଧ୍ୟ କୁହାଯାଏ । ସେଥିପାଇଁ ଅନେକ ଏହାକୁ ମଣିଷ ନୁହେଁ ଜାହାଜର କବରସ୍ଥାନ ବୋଲି କହିଥାଆନ୍ତି ।


