କବାଟ ତାଡ଼ି ୧୦ ତୋଳାରୁ ଉର୍ଦ୍ଧ୍ୱ ସୁନା ଗହଣା ଲୁଟ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ହିଞ୍ଜିଳି ଥାନା ବ୍ରାହ୍ମଣଛାଇ ଗ୍ରାମରେ ସୋମବାର ରାତିରେ ଗୋଟିଏ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରୀ ହୋଇଥିବା ବୁଧବାର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ବୁଧବାର ଗ୍ରାମରେ ପଂହଚି ପ୍ରାଥମିକ ତଦନ୍ତ ଚଳାଇଛି । ସୁଚନାଯୋଗ୍ୟ, , ସୋମବାର ରାତିରେ ବ୍ରାହ୍ମଣଛାଇ ଦୁର୍ଗାମନ୍ଦିର ସାହିର ଗୌରହରି ଦାଶଙ୍କ ଘରର ବାରିପଟ କବାଟ ଭାଙ୍ଗି ଦୁବୃର୍ତ ମାନେ ଘରୁ ପ୍ରାୟ ୧୦ତୋଳାରୁ ଉର୍ଦ୍ଧ୍ୱ ସୁନା ଗହଣା ଓ ଅନ୍ୟାନ୍ୟ ମୁଲ୍ୟବାନ ସମାଗ୍ରୀ ଚୋରୀ କରିଛନ୍ତି । ଏଥି ନେଇ ବୁଧବାର ରତିରେ ଗୌରହରି ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଛାନଭିନ ତଦନ୍ତ ଚଳାଇଛି । ଖବର ଲେଖା ସୁଦ୍ଧା ପୋଲିସ କାହାରିକୁ ଗିରଫ କରିନାହିଁ ।