କବିତା ପସରା ସ୍ୱର ଓ ସ୍ୱାକ୍ଷର ଲୋକାର୍ପିତ
ପାରଳାଖେମୁଣ୍ଡି, -(ତାରିଣୀ ପ୍ରଶାଦ ପଣ୍ଡା)ପାରଳାଖେମୁଣ୍ଡି ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ କବିତା ପସରା “ସ୍ୱର ଓ ସ୍ୱାକ୍ଷର”ଲୋକାର୍ପଣ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଡ.ଅଜୟ କୁମାର ତ୍ରୀପାଠୀ ଅଧ୍ୟକ୍ଷତା କରି ଏହି ପରି କବିତା ପୁସ୍ତକ ପାରମ୍ପାରିକ ଲେଖନୀ କଳାକୁ ଉଦଜ୍ଜୀବିତ କରିବାରେ ସହାୟକ ହୋଇପାରିବ ବୋଲି କହିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୁରୁ ଗୌର ଚନ୍ଦ୍ର ପଣ୍ଡା ଯୋଗଦେଇ କବିତା ପସରା “ସ୍ୱର ଓ ସ୍ୱାକ୍ଷର” ବିଷୟରେ ପୁଙ୍ଖାନୁ ପୁଙ୍ଖ ବିଶ୍ଲେଷଣ କରିଥିଲେ । ଏଥିରେ ଅବସରପ୍ରାପ୍ତ ରାଜ୍ୟ ପ୍ରଶାସକ ପୁର୍ଣ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଏହିପରି କବିତା ଆସର ପୁସ୍ତକ ସମାଜରେ କିପରି ପ୍ରଭାବ ପକାଇଥାଏ ଏବଂ ଲୋକାର୍ପଣ ଉତ୍ସବ ଦ୍ୱାରା ପୁସ୍ତକ ପ୍ରତି ଯୁବ ଗୋଷ୍ଠି ଆଗ୍ରହ ସୃଷ୍ଟି କରିବାରେ ସହାୟକ ହେବ ବୋଲି ସେ କହିଥିଲେ । ଏହି କବିତା ପସରାର କବି ବିଚିତ୍ରାନନ୍ଦ ବ୍ୟବର୍ତ୍ତା ବହିଗୁଡିକର ପୁନଃ ପ୍ରକାଶ ଓ ବିକାଶରେ ସମସ୍ତେ ସାମିଲ ହେବା ଆବଶ୍ୟକ ବୋଲି କହିଥିଲେ । ଏଥିରେ ଶିକ୍ଷାବିତ୍ କୃଷ୍ଣ ଚନ୍ଦ୍ର ମହାରଣା,ବିରାଜିନି ବ୍ୟବର୍ତ୍ତା, ମଞ୍ଚରତ୍ନ ବଟକୃଷ୍ଣ ପାତ୍ର,କଲ୍ୟାଣୀ ମିଶ୍ର,ଗଜପତି ଜିଲ୍ଲା ସାହିତ୍ୟ ଏକାଡେମି ସଦସ୍ୟ ବଳରାମ ନାଗା ପ୍ରମୁଖ ଉପସ୍ଥିତ ଥିଲେ ।


