କବିବର ରାଧାନାଥଙ୍କ ୧୧୫ତମ ଶ୍ରାଦ୍ଧ ବାର୍ଷିକ

ବାଲେଶ୍ୱର, (ସରୋଜ ପଣ୍ଡା):ରାଧାନାଥ ସାହିତ୍ୟ ପରିଷଦ ପକ୍ଷରୁ କବିବରଙ୍କ୧୧୫ତମ ଶ୍ରାଦ୍ଧୋତ୍ସବ ସ୍ଥାନୀୟ ଶ୍ରୀରାମଚନ୍ଦ୍ର ସଂସ୍କୃତ ମହାବିଦ୍ୟାଳୟରେ ପାଳିତ ହୋଇଯାଇଛି । ‘ରେବତୀ’ ପତ୍ରିକାର ସଂପାଦିକା ତଥା ପରିଷଦର ସଭାପତି ସୁବାସିନୀ ଜେନା ଏଥିରେ ସଭାପତିତ୍ୱ କରିବା ସହିତ କବିବରଙ୍କ ଉପରେ ଅଧିକ ଗବେଷଣା ପାଇଁ ସମସ୍ତେ ଏକଜୁଟ ହେବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ଫକୀରମୋହନ କଲେଜର ପ୍ରଫେସର ଡ.ସନ୍ତୋଷ କୁମାର ନାୟକ ଯୋଗଦେଇ ରାଧାନାଥଙ୍କ ଭାଷା ଓ ଜାତି ପ୍ରୀତି ଉପରେ ଆଲୋକପାତ କରିଥିଲେ । କବିଙ୍କର ରଚିତ ସାହିତ୍ୟକୃତି ଆଧୁନିକ ଓଡ଼ିଆ ଶିକ୍ଷାର ମୂଳଦୁଆକୁ ସୁଦୃଢ଼ କରିଥିବା ବେଳେ ଏହା ଉପରେ ଗବେଷଣା ଏକାନ୍ତ ଆବଶ୍ୟକ ବୋଲି ଡ. ନାୟକ କହିଥିଲେ । କେନ୍ଦ୍ର ସାହିତ୍ୟ ଏକାଡ଼େମୀର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ହୋଇଥିବାଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ସେ ରାଧାନାଥଙ୍କ ବହୁଭାଷୀ ଓ ବହୁଶାସ୍ତ୍ରଦର୍ଶିତା ଉପରେ ଆଲୋକପାତ କରିଥିବା ବେଳେ ଅଧ୍ୟକ୍ଷା ଲାବଣ୍ୟ ମହାନ୍ତି ରାଧାନାଥଙ୍କ କାବ୍ୟକୃତି ଉପରେ ଦୃଷ୍ଟିପାତ କରିଥିଲେ । ସଂପାଦକ ଅଧ୍ୟାପକ କମଳାକାନ୍ତ ଦାଶ ରାଧାନାଥ ଚେୟାର ପ୍ରତିଷ୍ଠା, ରାଜ୍ୟସ୍ତରୀୟ ପୁରସ୍କାର ଓ ଆଲୋଚନାଚକ୍ରର ଆୟୋଜନ ଓ ତାଙ୍କ ପୈତୃକ ସଂପତ୍ତିକୁ ଜାତୀୟ ସଂପତ୍ତି ଘୋଷଣା ଆଦି ଦାବି ପ୍ରସ୍ତାବ ରଖିଥିଲେ । ଯୁଗ୍ମ-ସଂପାଦକ ସଂଜୟ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବାସନ୍ତୀ କର ଓ ମହେନ୍ଦ୍ର ପାଣିଗ୍ରାହୀ ରାଧାନାଥଙ୍କ ଉପରେ କବିତା ପାଠ କରିଥିଲେ । ଡ. କ୍ଷିତୀଶ୍ୱର ଦାଶ, ଡ. ଲକ୍ଷ୍ମଣ ଚରଣ ବିଶ୍ୱାଳ, ନୃସିଂହ ନାୟକ, ଭାସ୍କରଚନ୍ଦ୍ର ମିଶ୍ର, ପ୍ରଫୁଲ୍ଲ କୁମାର ଦାସ,ବିଦ୍ୟାଧର ସାହୁ, ପ୍ରଭାକର ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ । କଲ୍ୟାଣୀ ନନ୍ଦ ଭଜନ ଗାନ କରିଥିଲେ । ରାଜେଶ ଗିରି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ