କବିରାଜ କୁଳମଣି ସାହୁ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ରଜ ମହୋତ୍ସବ ପାଳିତ

ନିମାପଡ଼ା, (ସନ୍ତୋଷ ଦାଶ):ଓଡ଼ିଶାର ଏକାଧିକ ଲୋକପର୍ବ ମଧ୍ୟରୁ ରଜ ପର୍ବ ଅନ୍ୟତମ।ଓଡ଼ିଆ ସଂସ୍କୃତି, ପରମ୍ପରା , ସାମାଜିକ ଓ କୃଷି ସହିତ ନିବିଡ ଭାବେ ଜଡ଼ିତ ଏହି ରଜପର୍ବ।ଉତ୍କଳୀୟ ପରମ୍ପରାର ଏହି ଗଣପର୍ବ କୁ ସୁଦୂର ପ୍ରସାରି କରିବା ପାଇଁ ଅଗ୍ରଣୀ ସାମାଜିକ ଅନୁଷ୍ଠାନ କବିରାଜ କୁଳମଣି ସାହୁ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ରଜା ମହୋତ୍ସବ ମହା ଆଡମ୍ୱର ରେ ରତନପୁର ପଞ୍ଚାୟତ ଚନ୍ଦ୍ରମଉଳି ଛକ ଠାରେ ପାଳିତ ହୋଇଯାଇଛି ।ଟ୍ରଷ୍ଟ ପକ୍ଷରୁ ପୋଡପିଠା,ପାନ ବଣ୍ଟନ କରାଯାଇଥିଲା ।ଝିଅମାନେ ଦୋଳି ଏବଂ ପୁଚି ଖେଳିଥିଲେ ।ଟ୍ରଷ୍ଟ ର ଅଧ୍ୟକ୍ଷ ଡ଼ଃ.କେଦାର ନାଥ ସାହୁ ଙ୍କ ସହିତ ସୁରେଶ ଚନ୍ଦ୍ର ସାହୁ ,ପ୍ରସନ୍ନ ମହାପାତ୍ର ,ଆକାଶ ରଞ୍ଜନ ସାହୁ ,ବିରଞ୍ଚି ନାୟକ,ଆଲୋକ ରଂଜନ ସାହୁ ,ଆଶୁତୋଷ ସାହୁ ,ଚନ୍ଦ୍ର କାନ୍ତ ଦଳାଇ ,ବବିତା ସାହୁ ,ସନାତନ ପାତ୍ର ,ନକୁଳ ମହାରଣା ପ୍ରମୁଖ ଯୋଗ ଦେଇ ଉତ୍ସବ କୁ ସଫଳ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ