କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ 62 ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା ): ଓଡ଼ିଆ ସାହିତ୍ୟ ର ସମ୍ରାଟ ବିଶ୍ଵାପ୍ରସିଦ୍ଧ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ଜନ୍ମ ସ୍ଥାନ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଳକ ଅନ୍ତର୍ଗତ କୁଲାଡ଼ ଠାରେ ଥିବା କବି ସମ୍ରାଟ ସରକାରୀ ଉଚ୍ଚ ମଧ୍ୟମିକ ବିଦ୍ୟାଳୟ ରେ 62 ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି | ଯେଉଁ ବିଦ୍ୟାଳୟ ରେ ପ୍ରତିବର୍ଷ 500 ରୁ ଅଧିକ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି। ପ୍ରତିବର୍ଷ ଦଶମ ଶ୍ରେଣୀ ରେ 20% ଅଂଶ ପିଲା 80% ପ୍ରତିଶତ ରୁ ଉର୍ଦ୍ଧ୍ୱ ମାର୍କ ରଖି ଉତୀର୍ଣ୍ଣ ହୋଇଆସୁଛନ୍ତି।କ୍ରୀଡା କ୍ଷେତ୍ରରେ ରେ ମଧ୍ୟ ଅନେକ ମେଧାବୀ ଛାତ୍ର ଛାତ୍ରୀ ସୃଷ୍ଟି ହେଉଛନ୍ତି। ଅଂଚଳରେ ଆଜି କାଲି ଅନେକ ଘରୋଇ ବିଦ୍ୟାଳୟ ମୁଣ୍ଡ ଟେକି ଥିଲେ ଵି ଏହି ସରକାରୀ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ନିଷ୍ଠାର ସହିତ ଶିକ୍ଷା ପ୍ରଦାନ କରି ଆସୁଛନ୍ତି।ବିଦ୍ୟାଳୟ ର ଅଧ୍ୟକ୍ଷ ଗୌରୀ ନନ୍ଦନ ହୋତା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ତଥା ଛାତ୍ର ଛାତ୍ରୀ ମାନଙ୍କୁ ଅନେକ ଉତ୍ସାହିତ କାର୍ଯ୍ୟ ଏବଂ ବାଣୀ ମାଧ୍ୟମରେ ସୁନ୍ଦର ଭାବେ ପରିଚାଳନା କରିଆସୁଛନ୍ତି। ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଛାତ୍ର ଛାତ୍ରୀ ମାନଙ୍କ ବିଭିନ୍ନ କ୍ରୀଡା ଏବଂ ବାତ୍କୃତା, ପ୍ରବନ୍ଧ, ନୃତ୍ୟ, ଗୀତ ପ୍ରତିଯୋଗିତା କରି ଏହି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଅଛି। ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ,ଆଞ୍ଜଳିକ ଉପ ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାସ, ସ୍ଥାନୀୟ ସରପଞ୍ଚ ଭି :ସଂଯୁକ୍ତା କୁମାରୀ ରାଜୁ, ସମିତି ସଭ୍ୟା ପି: ରେଣୁବାଳା ପାତ୍ର ସଭା କାର୍ଯ୍ୟର ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟ ର ପାରିପାର୍ଷିକ ସ୍ଥିତି କୁ ପରିଲକ୍ଷିତ କରି ବିଧାୟକ ଶ୍ରୀ ନାୟକ ବିଦ୍ୟାଳୟ ର ସମସ୍ତ ଅଭାବ ଏବଂ ଆବଶ୍ୟକତାକୁ ଅତିଶୀଘ୍ର ପୂରଣ କରିବା ପାଇଁ ପ୍ରତିଶୃତି ପ୍ରଦାନ କରିବା ସହିତ ଆସନ୍ତା ଅକଟୋବର ମାସରେ ଏକ ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବ ଅନୁଷ୍ଠିତ କରିବାକୁ ପ୍ରତିଶୃତି ପ୍ରଦାନ କରିଛନ୍ତି।