କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ଉତ୍ସବ ଅନୁଷ୍ଠିତ

ବୁଗୁଡା, (ଅନିଲ ମହାରଣା):ଅବସ୍ଥିତ କାଷ୍ଠ କୋଣାର୍କ ତଥା ଦ୍ଵିତୀୟ ଅର୍କକ୍ଷେତ୍ର ଶ୍ରୀ ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିର ପରିସରରେ “କବିସମ୍ରାଟ ସ୍ମାରକ ସଂସଦ” ପକ୍ଷରୁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିରଞ୍ଚି ନାରାୟଣ ମନ୍ଦିରର ମଠାଧୀଶ ଭକ୍ତ ଚରଣ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ସ୍ଥାନୀୟ ପିପୁଲସ୍ କଲେଜ୍ର ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ଡ଼ଃ.ହିମାଂଶୁ ଶେଖର ରଥ ଯୋଗଦେଇ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ ମଧ୍ୟରେ ରହିଥିବା ଶବ୍ଦ ସଂଯୋଜନାର ଚମତ୍କାରିତା ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ରଘୁନାଥ ସାହୁ, ସମ୍ମାନୀତ ଅତିଥି ଭାବେ ସାହିତ୍ୟିକ ତଥା କବି ଅନନ୍ତ କର ଯୋଗଦେଇଥିଲେ। ଅଧିବକ୍ତା ହରପ୍ରସାଦ ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅନୁଷ୍ଠାନର ସମ୍ପାଦକ ଅଧ୍ୟାପକ ବିଭୂତି ଭୂଷଣ ମିଶ୍ର ସମ୍ପାଦକୀୟ ବିବରଣୀ ପାଠ କରିବା ସହିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ପ୍ରଖ୍ୟାତ ଚିତ୍ରଶିଳ୍ପୀ ଡ଼ଃ.ସ୍ଥିତଧୀ ରଥଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର, ଉପଢୌକନ ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ମାନସ ରଂଜନ ହୋତା, ଦୁର୍ଗା ପ୍ରସାଦ ଦାଶ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଙ୍କ ଦ୍ଵାରା ଭଞ୍ଜ ସଂଗୀତ ପରିବେଷଣ କରାଯାଇଥିଲା। ଏହି ସମାରୋହରେ ଭଞ୍ଜ ସାହିତ୍ୟ ଅନୁରାଗୀ ସତ୍ୟନାରାୟଣ ଦାଶ, ଗଙ୍ଗାଧର ବିଷୋୟୀ, ରବିନ୍ଦ୍ରନାଥ ପୋଲାଇ , ଶ୍ରୀଧର ମିଶ୍ର ଓ ମୃତ୍ୟୁଞ୍ଜୟ ହୋତା ପ୍ରମୁଖ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ଶେଷରେ ଗବେଷକ ଡ଼ଃ. ବ୍ରଜ କିଶୋର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ