କବିସମ୍ରାଟ ବିଦ୍ୟାପୀଠ କୁଲାଡ଼ ୨୦୦୨ ବେଚର ବନ୍ଧୁ ମିଳନ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାର ଭଞ୍ଜନଗର କୁଲାଡ ସ୍ଥିତ କବିସମ୍ରାଟ ବିଦ୍ୟାପୀଠ ର ୨୦୦୨ ରେ ଦଶମ ଶ୍ରେଣୀ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବନ୍ଧୁତ୍ବ ଏକ ନିଆରା ଶବ୍ଦଟିଏ କିନ୍ତୁ ମନୁଷ୍ୟ ଆଧୁନିକତା ସଭ୍ୟତା ରେ ବଞ୍ଚିବା ପରେ ମୋବାଇଲ ର ବ୍ୟବହାର ବଢିଯାଇଛି |ଆଉ ମଣିଷ ମଧ୍ୟ ଦିନକୁ ଦିନ ବ୍ୟସ୍ତ ବହୁଳତା ମଧ୍ୟରେ ଜୀବନ ଅତିବାହିତ କରୁଛି |ସେଥିମଧ୍ୟରେ ଛୋଟ ବେଳର ସାଙ୍ଗ ସାଥି ଆଉ ସେହିସମୟ ର ସ୍ମୃତି କୁ ମନେ ପକାଇବାପାଇଁ ତାର ପାଖରେ ସମୟ ନଥାଏ କିନ୍ତୁ ଏହି ସାମ୍ପ୍ରତିକ ପରିସ୍ଥିତି ରେ ପୁଣି ସମସ୍ତ ପୁରୁଣା ବନ୍ଧୁ ମାନଙ୍କୁ ନେଇ ଉତ୍ସବ ପାଳନ କରିବା ଏକ ପ୍ରଶଂସନୀୟ କାର୍ଯ୍ୟ। ଶିକ୍ଷା ଅଧ୍ୟୟନ କରୁଥିବା ବିଦ୍ୟାଳୟ ରେ ଏକତ୍ରିତ ହେବା ପରେ ସମସ୍ତେ ଚକାପାଦ ବିରୁପାକ୍ଷ ମନ୍ଦିର ଦର୍ଶନ କରି ଏକ ଆଲୋଚନା ଚକ୍ର କରିଥିଲେ |ସ୍କୁଲ ବେଳର କଥା ମନେପକାଇ ଭାବ ବିହ୍ୱଳ ହୋଇଯାଇଥିଲେ ସମସ୍ତେ। ଭୋଜିଭାତ ର ଆୟୋଜନ କରିବା ସହ ନାଚ ଖେଳ କୁଦ କରିଥିଲେ। ମୁଖ୍ୟତଃ ସିଲୁ ନାୟକ,ପୁର୍ଣ୍ଣ ଡାକୁଆ,ସୁକାନ୍ତ ପାଣିଗ୍ରାହୀ, ଵାପିନା ବିଶ୍ୱାଳ,ଜିତୁ ସାହୁ ଦେବଦତ ବେହେରା ,ଶଶାଙ୍କ ବିଷୋୟୀ,ଵାପିଲି ମିଶ୍ର କାର୍ଯ୍ୟକ୍ରମ ସୁଚାରୁ ରୂପେ ତୁଲାଇଥିଲେ।