କବିସୂର୍ଯ୍ୟ ବିଦ୍ୟାପୀଠର ବାର୍ଷିକୋତ୍ସବ

ଦିଗପହଣ୍ଡି,(ଅଳକନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ କବିସୂର୍ଯ୍ୟ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟତ୍ରୀ ଅରୁନ୍ଧତୀ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ତାରାପ୍ରସାଦ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ।ଦିଗପହଣ୍ଡି ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼. ଅଶୋକ କୁମାର କର୍ଣ୍ଣ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରୀ ଛାତ୍ର ମାନେ ଭଲ ପାଠପଢି ବିଦ୍ୟାଳୟର ସୁନାମ ଅର୍ଜନ କରିବାକୁ ପରାମର୍ଶ ଦେଇଥିଲେ।ପୂର୍ବତନ ଏନ ଏ ସି ଅଧ୍ୟକ୍ଷ ଭି.ରବିନାରାୟଣ ରାଜୁ,ହୃଦୟ ରଞ୍ଜନ ମେକାପ, ଏନଏସି ଉପାଧ୍ୟକ୍ଷା କେ.ପୂଜା, ଏ.ରୁକ୍ମିଣୀ,କାଉନସିଲର ଦୀପକ କୁମାର ମିଶ୍ର,ଆଇନଜୀବି ପରେଶ ଚନ୍ଦ୍ର ରଥ,ଅବସରପ୍ରାପ୍ତ ଶିକ୍ଷକ ପଦ୍ମ ଚରଣ ମେକାପ,ସହ ଗୋଷ୍ଠୀ ଶିକ୍ଷାଧିକାରୀ ବିଶ୍ରବା ପାଇକ,ରସାନନ୍ଦ ଘଡେଇ, ସିଆରସିସି ଅନିଲ କୁମାର ଦାସ, ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ, ସାମାଜିକ କର୍ମୀ ରଞ୍ଜନ କୁମାର ପାତ୍ର, କେ.କୁନା,ଭବାନୀ ଶଙ୍କର ପଣ୍ଡା,ସୁରେଶ ଚନ୍ଦ୍ର ପାତ୍ର, ଇ.ବିଶିକେଶନ ପ୍ରମୁଖ ସମ୍ମାନିତ ଅତିଥିଭାବେ ମଞ୍ଚାସିନ ଥିଲେ। ପ୍ରତ୍ୟେକ ଶ୍ରେଣୀଗୃହରେ ଶିକ୍ଷାଦାନ ପାଇଁ ମୋ ସ୍କୁଲ ଅଭିଯାନ ଯୋଜନାରେ ଅଡିଓ ସିଷ୍ଟମ ଏବଂ ସ୍ମାର୍ଟ ପେନେଲ ବ୍ୟବସ୍ଥାକୁ ଅତିଥିବୃନ୍ଦ ଉଦଘାଟନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିବୃନ୍ଦ ପୁରସ୍କାର ବିତରଣ କରିଥିଲେ।ଶିକ୍ଷୟତ୍ରୀ ସସ୍ମିତା ପଟ୍ଟନାୟକ,ଚାରୁକଳା ବସ୍ତିଆ,ଶୁଭଶ୍ରୀ ଦେବୀ,ରାଧାରାଣୀ ପଣ୍ଡା,ଶିକ୍ଷକ ଉପେନ୍ଦ୍ର କୁମାର ପଣ୍ଡା,ଶିଶିର ପଣ୍ଡା ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।ଶେଷରେ ଛାତ୍ରୀ ଛାତ୍ର ମାନଙ୍କ ପକ୍ଷରୁ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ