କବିସୂର୍ଯ୍ୟ ମହୋତ୍ସବ ଅନୁଷ୍ଠିତ ଜନ୍ମଭୂମି ଓ କର୍ମଭୂମି ଭିତରେ ଫରକ ରହିଛି : ବିଧାୟକ ରମେଶ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଜନ୍ମଭୂମି ଓ କର୍ମଭୂମି ମଧ୍ୟରେ ବହୁତ ଫରକ ରହିଛି।ଏହି ଫରକକୁ ସମସ୍ତେ ହୃଦୟଙ୍ଗମ କରିବା ସହ କବିସୂର୍ଯ୍ୟ ବଳଦେବ ରଥଙ୍କ ଜନ୍ମସ୍ଥାନ ସମ୍ପର୍କରେ ଅଯଥା ଦ୍ବନ୍ଦ ସୃଷ୍ଟି କରୁଥିବା ବ୍ଯକ୍ତି ଏଥିରୁ କ୍ଷାନ୍ତ ରୁହନ୍ତୁ।ସରକାରଙ୍କ ପକ୍ଷରୁ ପ୍ରକାଶିତ ପୁସ୍ତକ ଗୁଡିକରେ ଜନ୍ମସ୍ଥାନ ତତ୍କାଳୀନ ବଡଖେମଣ୍ଡି ରାଜ୍ୟର ବିଜୟନଗରଗଡ ଗ୍ରାମ ବୋଲି ପୂର୍ବରୁ ସ୍ବୀକୃତି ଦେଇଥିବା ସ୍ଥଳେ ବର୍ତ୍ତମାନ ପୁଣି ବିବାଦ କାହିଁକି ବୋଲି ରବିବାର ଦିଗପହଣ୍ଡି ବଜାର ଗାନ୍ଧୀ ଛକ ଠାରେ ଆୟୋଜିତ କବିସୂର୍ଯ୍ୟ ଜୟନ୍ତୀ ମହୋତ୍ସବ ର ମୁଖ୍ୟଅତିଥି ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ପ୍ରଶ୍ନ କରିଛନ୍ତି।ଏପରିକି ଲୋକଙ୍କୁ ଭ୍ରମିତ କରାନଯାଇ ସମସ୍ତ ଐତିହ୍ୟ ପୂର୍ଣ୍ଣ ସ୍ଥାନର ବିକାଶ ହେବା ଦରକାର ବୋଲି ସେ କହିଛନ୍ତି।କବିସୂର୍ଯ୍ୟ ସ୍ମୃତି କମିଟି ପକ୍ଷରୁ କବିସୂର୍ଯ୍ଯଙ୍କ ଜନ୍ମସ୍ଥାନ ବିଜୟନଗରଗଡ ରୁ ବାହାରିଥିବା ଜ୍ଯୋତିକୁ ବିଭିନ୍ନ ଗ୍ରାମରେ ସମ୍ବର୍ଦ୍ଧିତ କରାଯିବା ପରେ ତାହା ଦିଗପହଣ୍ଡି ର ସନ୍ଥ ଅରକ୍ଷିତ ଛକଠାରେ ପହଞ୍ଚିଥିଲା।ସେଠାରୁ ଏକ ବିରାଟ ପଟୁଆରରେ ଜ୍ଯୋତିକୁ ପାଛୋଟି ନିଆଯାଇ ଦିଗପହଣ୍ଡି ରାଜବାଟି ସମ୍ମୁଖସ୍ଥ କବିସୂର୍ଯ୍ଯଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିବା ପରେ ସଭାକାର୍ଯ୍ଯ ଆରମ୍ଭ ହୋଇଥିଲା। ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ବୃନ୍ଦ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ଆଇନଜୀବି ଅଶେଷ ନାଥ ମିଶ୍ର ଅଧ୍ଯକ୍ଷତା ରେ ଅନୁଷ୍ଠିତ ସଭା ରେ ଖେମୁଣ୍ଡି ଓକିଲ ସଂଘର ସଭାପତି ହରପ୍ରସାଦ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଦକ୍ଷିଣ ଓଡିଶା ଉନ୍ନୟନ ପରିଷଦର ସଭାପତି ତଥା ଉତ୍କଳ ସମ୍ମିଳନୀର କାର୍ଯ୍ୟକାରୀ ସଭାପତି ଭୃଗୁ ବକ୍ସିପାତ୍ର, ସାହିତ୍ଯିକ ଡ. ସୁରେନ୍ଦ୍ର ନାଥ ପାଣିଗ୍ରାହୀ, ପ୍ରାଧ୍ୟାପକ ଡ. ରାଜେନ୍ଦ୍ର କୁମାର ମହାପାତ୍ର, ଗବେଷକ ଡ. ଅନନ୍ତରାମ କର କୌଣ୍ଡିନ୍ଯ, ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା, କବି ଲିଙ୍ଗରାଜ ଷଡ଼ଙ୍ଗୀ, ବୃନ୍ଦାବନ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବଳଦେବ ରଥଙ୍କ ଜୀବନୀ ଓ ସାହିତ୍ୟ କୃତି ସମ୍ପର୍କରେ ଆଲୋକପାତ କରିଥିଲେ।ସେହିଭଳି ଉପାଧ୍ଯକ୍ଷା ପ୍ରତିନିଧି କେ. କୁନା, କାଉନସିଲର ଦୀପକ କୁମାର ମିଶ୍ର, ଯୁବ ସାମାଜିକ କର୍ମୀ ବିକାଶ ପଶୁପାଳକ, ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ, ପ୍ରତିନିଧି ଏମ. ନିରଞ୍ଜନ ରେଡ୍ଡୀ, ବ୍ଲକ ସରପଞ୍ଚ ସଂଘ ସଭାପତି ମନୋରଞ୍ଜନ ଗୌଡ, ସ୍ମୃତି କମିଟିର ସକ୍ରିୟ ସଦସ୍ୟ ଉଜ୍ଜ୍ୱଳ ମହାନ୍ତି, ବିଦ୍ଯାଧର ମହାପାତ୍ର, ଭଗବାନ ମହାପାତ୍ର, ସନ୍ତୋଷ ପାତ୍ର, ଅବସରପ୍ରାପ୍ତ ପୋଲିସ ଅଧିକାରୀ ପଦ୍ମନାଭ ଦାଶ, ସଂସ୍କୃତି ଗବେଷିକା ଗାୟତ୍ରୀ ପ୍ରଧାନ, ଅଧ୍ଯାପକ ଲୋକନାଥ ପରିଡା ପ୍ରମୁଖ ଅନ୍ଯତମ ଅତିଥି ଭାବେ ଯୋଗ ଦେଇଥିଲେ।ଏହି ଅବସରରେ ବତ୍କୃତା ପ୍ରତିଯୋଗିତାର କୃତି ଛାତ୍ରୀ ଛାତ୍ର ଏବଂ ବରିଷ୍ଠ କଳାକାର ମାନଙ୍କୁ ଅତିଥିବୃନ୍ଦ ପୁରସ୍କାର ବିତରଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଖମାରି ଗାଁ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୌଡ ଧନ୍ୟବାଦ ଅର୍ପଣ କରିବା ପରେ ବିଚିତ୍ର ବର୍ଣ୍ଣାଳୀ ନାଟ୍ଯ ସଂସଦର ସମ୍ପାଦକ ଆଲୋକ ବିଷୋୟୀ ଏବଂ ଖବରଦାତା ଗୋପାଳକୃଷ୍ଣ ମଲ୍ଲିକ ଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଡ. ପ୍ରକାଶ ପାଣିଗ୍ରାହୀ, ତାରାପ୍ରସାଦ ପଟ୍ଟନାୟକ, କାଉନସିଲର ନୀଳମାଧବ ଗୌଡ, ସୂର୍ଯ୍ୟ ନାରାୟଣ ସାହୁ, ନିରୁପମା ପଟ୍ଟନାୟକ, ଶ୍ଯାମସୁନ୍ଦର ଦୋରା, ପଦ୍ମଚରଣ ମେକାପ, କାଳୁ ଚରଣ ପାଣିଗ୍ରାହୀ, ମନୋରଞ୍ଜନ ପଣ୍ଡା, ସିମାଞ୍ଚଳ କର, ଲାଲମୋହନ ପଟ୍ଟନାୟକ, ସନ୍ତୋଷ କୁମାର ସାହୁ, ଗୁଣ୍ଡିଚା ପାଇକ ଙ୍କ ସମେତ ସହର ତଥା ଆଖପାଖ ଅଞ୍ଚଳର ସହସ୍ରାଧିକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।