କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ରବିବାର ଅପରାହ୍ନ ରେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ  ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ପରିଷଦର ବରିଷ୍ଠ ସଦସ୍ୟ ଉଜ୍ଜଳ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ। ସଭାରେ ପରିଷଦ ର ସଭାପତି ରୂପେ ଆଇନଜିବୀ ଅଶେଷ ନାଥ ମିଶ୍ର,ଉପସଭାପତି ଭାବେ ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ଼,ସମ୍ପାଦକ ଭାବେ ଆଇନଜିବୀ କୁରେଶୁ ପଣ୍ଡା,ଯୁଗ୍ମ ସମ୍ପାଦକ ଭାବେ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୌଡ଼,କୋଷାଧ୍ୟକ୍ଷ ଭାବେ ଶିକ୍ଷକ ସନ୍ତୋଷ କୁମାର ସେଠୀ ଙ୍କୁ ସର୍ବସମ୍ମତ କ୍ରମେ ଚୟନ କରାଯାଇଥିଲା। ସେହିପରି ପରିଷଦ ପରିଚାଳନା ନିମନ୍ତେ ୧୧ ସଦସ୍ୟ ଙ୍କୁ ନେଇ କାର୍ଯ୍ୟକାରୀ କମିଟି ଗଠନ କରାଯିବା ସହ ଉପଦେଷ୍ଟା ମଣ୍ଡଳୀ ମନୋନୀତ କରାଯାଇଥିଲା। କବିସୂର୍ଯ୍ୟ ସ୍ମୃତି ପରିଷଦ  କୁ ରେଜିଷ୍ଟ୍ରିଭୁକ୍ତ କରାଯିବା ନିମନ୍ତେ ସଭାରେ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରାଯାଇଥିଲା।ସଭାରେ କବି ବୃନ୍ଦାବନ ପଣ୍ଡା,ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ପ୍ରସାଦ ପାଠୀ,କେ.ସଞ୍ଜୀବ କୁମାର ରେଡ୍ଡୀ,ସାମାଜିକ କର୍ମୀ ଶୁଭେନ୍ଦୁ କୁମାର ପାଢ଼ୀ,ଗୋପାଳକୃଷ୍ଣ ମଲ୍ଲିକ,ସଞ୍ଜୀବ କୁମାର ପାତ୍ର, ତାରା ପ୍ରସାଦ ପଟ୍ଟନାୟକ,କେ.ଶ୍ୟାମସୁନ୍ଦର ଦୋରା, ସିମାଞ୍ଚଳ କର, ସନ୍ତୋଷ କୁମାର ସାହୁ,ଶରତ କୁମାର ଶବର,ରାମ ଚରଣ ପାଇକ,ତ୍ରିଲୋଚନ ଦାସ, ସୁନିଳ ଗୌଡ଼,ଅବସର ପ୍ରାପ୍ତ ଶିକ୍ଷକ ପଦ୍ମ ଚରଣ ମେକାପ,ଶିକ୍ଷକ ନରସିଂହ ପଣ୍ଡା,ନୃତ୍ୟଗୁରୁ ପ୍ରଦୀପ କୁମାର ରଥ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ