କବି ଆଶୁତୋଷ ପରିଡାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସ୍ଥାନୀୟ ଗୋପଛକସ୍ଥିତ କମଳ ଭବନ ଠାରେ ବିଶିଷ୍ଟ ସମାଜସେବୀ ତଥା ଶିକ୍ଷାବିତ୍ ଭୁବନମୋହନ ଜେନାଙ୍କ ସଭାପତିତ୍ୱରେ ଚଳିତ ବର୍ଷ ‘ଅପ୍ରସ୍ତୁତ ମୃତ୍ୟୁ’ କବିତା ଗ୍ରନ୍ଥ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ଆଶୁତୋଷ ପରିଡ଼ାଙ୍କୁ ପାଠଶାଳା ମିଶନ,କେନ୍ଦ୍ରାପଡ଼ା ଓ ଜିଲ୍ଲା ବହୁ ରାଜନୈତିକ ଓ ସାରସ୍ୱତ ସଂଗଠନ ପକ୍ଷରୁ ଏକ ଭବ୍ୟ ନାଗରିକ ସମ୍ବର୍ଦ୍ଧନା ସମ୍ମାନ ପ୍ରଦାନ କରାଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ କଥାକାର ଡଃ. ରାମଚନ୍ଦ୍ର ବେହେରା ଏବଂ ଉଦ୍ଘାଟ୍ଟକ ଭାବରେ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ. ଦେବେନ୍ଦ୍ର କୁମାର ଦାସ ଯୋଗ ଦେଇଥିଲେ । ଏହି ସଭାରେ ପ୍ରାଧ୍ୟାପକ ଅତୁଲ ବଳ ପ୍ରାରମ୍ଭିକ ସୂଚନା ଦେଇଥିଲା ବେଳେ କବି ଶତ୍ରୁଘ୍ନ ପାଣ୍ଡବ ପୁରସ୍କୃତ ପ୍ରତିଭା କବି ଆଶୁତୋଷ ପରିଡାଙ୍କ ସାମଗ୍ରିକ କାବ୍ୟ ଯାତ୍ରା ସଂପର୍କରେ ଆଲୋକପାତ କରିଥିଲେ । ପୁରସ୍କୃତ ପୁସ୍ତକ ‘ଅପ୍ରସ୍ତୁତ ମୃତ୍ୟୁ’ ପୁସ୍ତକ ବିଶଦ ଆଲୋଚନା କରିଥିଲେ କବି ଅପର୍ଣ୍ଣା ମହାନ୍ତି । ଏହି ସମ୍ୱର୍ଦ୍ଧନା ସଭାରେ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ପରିଷଦ ପକ୍ଷରୁ ସମ୍ପାଦକ ସରୋଜ କୁମାର ମହାନ୍ତି, ମାର୍ଶାଘାଇ ସମ୍ବାଦ ସାହିତ୍ୟ ଘର ସଭାପତି ସୁକାନ୍ତ ପ୍ରଧାନ, ମୌସୁମୀ ସାହିତ୍ୟ ସଂସଦର ସମ୍ପାଦକ ଡଃ. ଶ୍ରୀଧର ସାମଲ, କେନ୍ଦ୍ରାପଡ଼ା ଜିଲ୍ଲା ଉତ୍କଳ ସମ୍ମିଳନୀ ସଂପାଦକ ଡ. ବାସୁଦେବ ଦାସ, କେନ୍ଦ୍ରାପଡ଼ା ସମ୍ୱାଦ ସାହିତ୍ୟ ଘର ସଭାପତି ଗାଳ୍ପିକା ଅବନ୍ତି ବେହେରା, ପଲକର ସଂପାଦକ ଶଶୀକାନ୍ତ ଦାସ, ବନଫୁଲ ସାହିତ୍ୟ ସଂସଦ ପକ୍ଷରୁ ପବିତ୍ର ବ୍ରହ୍ମପୁତ୍ର, ଦଧିଚି ଅନୁଷ୍ଠାନ ପକ୍ଷରୁ କବି ପ୍ରେମାନନ୍ଦ ଖଣ୍ଡୁଆଳ, କେନ୍ଦ୍ରାପଡ଼ା ଅର୍ବାନ କୋପରେଟିଭ ବ୍ୟାଙ୍କ ସଭାପତି ଗୁରୁ ପ୍ରସାଦ ମହାନ୍ତି ଓ ସି.ଇ.ଓ. ଭାଗ୍ୟଲକ୍ଷ୍ମୀ ପଣ୍ଡା, କେନ୍ଦ୍ରାପଡା କଂଗ୍ରେସ ଦଳ ପକ୍ଷରୁ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ବିଜେପି ଦଳ ପକ୍ଷରୁ ଜିଲ୍ଲା ସମ୍ପାଦକ ଅଭିମନ୍ୟୁ ଗୋଚ୍ଛାୟତ, ବିଜେଡି ଦଳ ପକ୍ଷରୁ ଜିଲ୍ଲା ସଭାପତି ଉତ୍କଳ କେଶରୀ ପରିଡ଼ା, ଜିଲ୍ଲ ପରିଷଦ ସଭାପତି ଗୀତାଞ୍ଜଳି ସେଠୀ, ଇଂ ମାନସ ମହାନ୍ତି, ପକ୍ଷୀ ବିଶାରଦ ପ୍ରମୋଦ ଧଳ , ପି.ଏନ୍.ଏସ୍ କଲେଜ ପକ୍ଷରୁ ଇଂ ଜ୍ଞାନରଞନ ନାୟକ, ତୁଳସୀ କଲଚରାଲ୍ ଆସୋସିଏସନ୍ ପକ୍ଷରୁ କୈଳାସ ଚନ୍ଦ୍ର ମହାନ୍ତି ପ୍ରଭୃତି ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ୱର୍ଦ୍ଧିତ କରିଥିଲେ । ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶିକ୍ଷାବିତ୍, ସମାଜସେବୀ, ବୁଦ୍ଧିଜୀବୀମାନେ ଯୋଗଦେଇଥିଲେ । ପ୍ରଫେସର ନନ୍ଦକିଶୋର ପରିଡ଼ା, ଗାଳ୍ପିକ ଗିରିଶ ସାହୁ, ଅଧ୍ୟାପକ ମାନସ ଦାସ, ଗିରିଜାକାନ୍ତ ଦାସ, ପ୍ରଦୀପ୍ତ ମହାନ୍ତି , ଅଧ୍ୟାପକ ତପନ ପତି, ଅଧ୍ୟାପକ ଅମୂଲ୍ୟ ମଲ୍ଲ, ଅଧିକାରୀ ଲକ୍ଷ୍ମୀନାରାୟଣ ଦାସ, ନାରାୟଣ ପତି, ବଳରାମ ଲେଙ୍କା, ଭରତ ଦାସ ପ୍ରଭୃତି ଯୋଗଦେଇଥିଲେ । ଏହି ସଭାକୁ ଲେଖିକା ନବଜ୍ୟୋତି ରାୟ ପରିଚାଳନା କରିଥିବା ବେଳେ ପ୍ରାଧ୍ୟାପକ ଡଃ. ସର୍ବେଶ୍ୱର ସେଣ ଧନ୍ୟବାଦ ଅର୍ପଣ କରଥିଲେ ।


