କବି ତଥା ସାହିତ୍ୟ ସଂଗଠକ ଦଣ୍ଡପାଣି ମହାପାତ୍ରଙ୍କୁ ସଂସ୍କାରକ ଶ୍ରୀବତ୍ସ ସମ୍ମାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଶିଷ୍ଟ କବି, ସାହିତ୍ୟ ସଂଗଠକ ଏବଂ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ରଙ୍କୁ ପ୍ରଥମ ସଂସ୍କାରକ ଶ୍ରୀବତ୍ସ ପଣ୍ଡା ସମ୍ମାନ ପ୍ରଦାନ କରାଯିବ ବୋଲି ଆର୍ଯ୍ୟ ସାମଜ ଓଡ଼ିଶାର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି । ଓଡ଼ିଶାରେ ଆର୍ଯ୍ୟ ସମାଜର ପ୍ରଥମ ପ୍ରଚାରକ, ପ୍ରସାରକ ଏବଂ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟିର ପ୍ରଥମ ସଭାପତି, ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା ସଦସ୍ୟ, ସଂସ୍କାରକ ଶ୍ରୀବତ୍ସ ପଣ୍ଡାଙ୍କ ୧୫୨ତମ ଜୟନ୍ତୀ ଉପଲକ୍ଷେ ଆସନ୍ତା ୩୦ ତାରିଖ ଦିନ ସ୍ୱାମୀ ବ୍ରହ୍ମାନନ୍ଦ ଭବନ, ଶ୍ରୀଅରବିନ୍ଦ ନଗର, ଚନ୍ଦ୍ରଶେଖରପୁରଠାରେ ଶ୍ରୀ ମହାପାତ୍ରଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡଃ ଆର୍ତ୍ତତ୍ରାଣ ମିଶ୍ର ପ୍ରଦାନ କରିବେ । ଏହି ଅବସରରେ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ଏକ ଭଜନ ସନ୍ଧ୍ୟା ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ