କବି ଦିଲ୍ଲୀପ ସ୍ୱାଇଁଙ୍କ ପୁସ୍ତକ ଉନ୍ମୋଚିତ

ପୁରୀ(ଜୁଗାବ୍ଦ ନ୍ୟୁଜ୍‍): ସମାଲୋଚନା ସାହିତ୍ୟ ଯୋଗୁଁ ଗୋଟିଏ ଭାଷାର ସୃର୍ଜନଶୀଳ ସାହିତ୍ୟର ମୂଲ୍ୟବୃଦ୍ଧି ହୋଇଥାଏ । ଜଣେ ସଫଳ ସମାଲୋଚକ ହେବା ପାଇଁ ବିସ୍ତୃତ ଅଧ୍ୟୟନ ସହିତ ଗଭୀର ଅନୁଶୀଳନ ଓ ହୃଦୟଭାବର ଆବଶ୍ୟକତା ରହିଛି ବୋଲି ଡଃ ଦିଲୀପ କୁମାର ସ୍ୱାଇଁଙ୍କ ସମାଲୋଚନା ପୁସ୍ତକ ‘ପ୍ରାଚୀ-ପାଶ୍ଚାତ୍ୟ ଓ ପ୍ରାଦେଶିକ ସାହିତ୍ୟ ତତ୍ତ୍ୱ’ ଉନ୍ମୋଚନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ବଳଗଣ୍ଡି ରାୟବାହଦୂର ଲେନ୍ର ବିଷ୍ଣୁପିୟା ନିବାସଠାରେ ଏହି ପୁସ୍ତକକୁ ଲୋକାର୍ପଣ କରି ଗାଳ୍ପିକ ତଥା ସାହିତ୍ୟ ପତ୍ରିକା ‘ଜନସୁଧା’ର ସଂପାଦକ ଦିଲ୍ଲୀପ କୁମାର ବେଉରା ଏହି ପୁସ୍ତକକୁ ପ୍ରଶଂସା କରିବା ସହିତ ଓଡ଼ିଆ ଭାଷା ଓ ସାହିତ୍ୟରେ ସ୍ନାତକ ଓ ସ୍ନାନକୋତ୍ତର ଅଧ୍ୟୟନ କରୁଥିବା ସମସ୍ତ ବିଦ୍ୟାର୍ଥୀଙ୍କ ପାଇଁ ଏହା ଏକ ଉପଯୋଗୀ ସମାଲୋଚନା ଗ୍ରନ୍ଥ ବୋଲି ମତପ୍ରକାଶ କରିଥିଲେ । ସୌଭାଗିନୀ ସ୍ୱାଇଁ, ଡଃ ରଘୁନାଥ ଓଝା, ଅଭିନନ୍ଦିକା ସଂପାଦକ ଶ୍ୟାମପ୍ରକାଶ ସେନାପତି, ଅଧ୍ୟାପକ ଶଙ୍କର୍ଷଣ ପ୍ରଧାନ, ଉମେଶ ବେହେରା, ସତ୍ୟପ୍ରକାଶ ପଟ୍ଟନାୟକ ପ୍ରମୁଖ ଉକ୍ତ ପୁସ୍ତକ ସମ୍ପର୍କରେ ମତ ଉପସ୍ଥାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ