କବି ନଟବର ରାଉଳଙ୍କ ‘ଅକାଟ୍ୟ ଅଭିଶାପ’ ଉନ୍ମୋଚିତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ସରସଦା ଭାଗବତ ଟୁଙ୍ଗି ଠାରେ ବରିଷ୍ଠ କବି ନଟବର ରାଉଳଙ୍କ ଷଷ୍ଠ କବିତା ସଂକଳନ ‘ଅକାଟ୍ୟ ଅଭିଶାପ’ ଉନ୍ମୋଚିତ ହୋଇଯାଇଛି। ଭାଗବତ ପାରାୟଣ ଉପଲକ୍ଷେ ଆୟୋଜିତ ହୋଇଥିବା ଉନ୍ମୋଚନ ଉତ୍ସବରେ କାଇଞ୍ଚମାଳି ସମ୍ପାଦକ ହରମୋହନ କୁଅଁର ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ନାଟ୍ୟକାର ସୁଧାକର ନନ୍ଦ, ମୁଖ୍ୟ ବକ୍ତାଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ପୁସ୍ତକ ସମୀକ୍ଷକ ଡକ୍ଟର କ୍ଷୀରୋଦ ସାମଲ, ଅବସର ପ୍ରାପ୍ତ ପ୍ରଧ୍ୟାପକ ଡ. ଅବନୀ ପ୍ରଧାନ, ପ୍ରାଧ୍ୟାପିକା ଭାନୁମତି ମାଟିଆ, ବାସନ୍ତୀ ରାଉତ, ଗୀତା କୁମାରୀ ପରିଡା ପ୍ରମୁଖ ଯୋଗଦେଇ କବିତା ସଂକଳନ ସମ୍ପର୍କରେ ବିଭିନ୍ନ ଆଲୋଚନା କରିଥିଲେ। କବି ବିଶ୍ବମ୍ବର ରାଉତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଞ୍ଜୟ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସରୋଜ ରାଉଳ, ସୁକାନ୍ତ ରାଉଳ, ଉମାକାନ୍ତ ପାତ୍ର, ନିରଞ୍ଜନ ପ୍ରଧାନ, ଜୟନ୍ତ ଷେଣ୍ଢ, ଶଶୀଭୂଷଣ ସାହୁ ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ