କବି ନରସିଂହ ପଟ୍ଟନାୟକଙ୍କ ରଚିତ ସଂକଳନ ପ୍ରୀତିପଦ୍ମା ଉନ୍ମୋଚିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ଉତ୍କଳ ହିତୈଶିଣୀ ସଭାଗୃହରେ କବି ନରସିଂହ ପଟ୍ଟନାୟକଙ୍କ ରଚିତ ଗୀତି କବିତା ସଂକଳନ ପ୍ରୀତିପଦ୍ମା ପୁସ୍ତକ ଉନ୍ମୋଚନ ହୋଇଯାଇଛି. ଏହି କାର୍ଯ୍ୟକ୍ରମରେ ସୀମାନ୍ତ ପ୍ରହରୀ ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ ଯୋଗଦେଇ ଉନ୍ମୋଚନ କରି ପୁସ୍ତକ ଏକ ଉଚ୍ଚ ସ୍ତରୀୟ ପରିପାଟୀ ଓ ରଚନା ଶୈଳୀ ବୋଲି କହିଥିଲେ, ମହିଳା ସ୍ନାତକ ବିଦ୍ୟାଳୟ ର ଅଧଖ୍ୟା ଡ ରିନା ସାହୁ ପୁସ୍ତକର ସମୀକ୍ଷା କରି ଥିଲେ,ପାରଳାଖେମୁଣ୍ଡି ର ପୂର୍ବତନ ନଗର ପାଳ ଶ୍ରୀ ନୃସିଂହ ଚରଣ ପଟ୍ଟନାୟକ ସଭାପତିତ୍ବ କରି ନରସିଂହ ପଟ୍ଟନାୟକ ଙ୍କ ପ୍ରିତିପଦ୍ମା ଏକ ଯୁଗାନ୍ତକାରୀ ସୃଷ୍ଟି ବୋଲି କହିଥିଲେ, ପାରଳା ଖେମୁଣ୍ଡି ଜନ କଲ୍ୟାଣ ପ୍ରତିଷ୍ଠାନ ର ନିର୍ଦେଶକ ଶ୍ରୀ ଦୁର୍ଗା ମାଧବ ପଣ୍ଡା ଯୋଗ ଦେଇ କବି ଙ୍କ ବହୁମୁଖି ପ୍ରତିଭା ସମ୍ପର୍କରେ ଦର୍ଶାଇ ଛାତ୍ର ଜୀବନ ଓ ସାହିତ୍ୟ ସାଧନା ସମ୍ପର୍କରେ ଆଲୋଚନା କରିଥିଲେ, ଓଡିଶା ର ବିଷ୍ଟିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀ ରଘୁନାଥ ପାତ୍ର ପ୍ରିତିପଦ୍ମା ର ଗୀତ ସ୍ୱର ସଂଯୋଜନା କରି ଗାନ କରିଥିଲେ।ଏହି ସମସ୍ତ କାର୍ଯକ୍ରମ କୁ ଶ୍ରୀ ମୂରଲୀ ଧର ପରିଛା, ବେଣୁ ମାଧବ ପାଢୀ , ରାଜେନ୍ଦ୍ର ପ୍ରସାଦ ପଢ଼ିଆରୀ,ମନୋଜ କୁମାର ପାଢ଼ୀ ପ୍ରମୁଖ ପରିଚାଳନା କରିଥିଲେ, ସଭା ଶେଷ ରେ ନରସିଂହ ପଟ୍ଟନାୟକ ଧନ୍ୟବାଦ୍ ପ୍ରଦାନ କରି ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ