କବି ନାରାୟଣ ଚନ୍ଦ୍ର ଲେଙ୍କାଙ୍କୁ ଗୁରୁଗୌରବ ସମ୍ମାନ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଜାମିତିରା ଗ୍ରାମର ବିଶିଷ୍ଟ ଶିକ୍ଷାବିତ ତଥା କବି ନାରାୟଣ ଚନ୍ଦ୍ର ଲେଙ୍କାଙ୍କୁ କବିତା ଝଙ୍କାର ସାହିତ୍ୟ, କଳା, ସେବା ପରିଷଦ ପକ୍ଷରୁ ଗୁରୁ ଗୌରବ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । କବିତା ଝଙ୍କାର ସାହିତ୍ୟ, କଳା, ସେବା ପରିଷଦ ସମ୍ବଲପୁର ପକ୍ଷରୁ ଜିଲ୍ଲା ସଂସ୍କୃତି ଭବନ, ପୁରୀ ଠାରେ ଅନୁଷ୍ଠିତ ହୋଇଥିବା ଏକ ଉତ୍‌ସବରେ କୃଷ୍ଣଚନ୍ଦ୍ର ବାରିକ ସଭାପତିତ୍ୱ କରିଥିବାବେଳେ ଶିଶୁ ସାହିତ୍ୟିକ ଡ.ରାମଚନ୍ଦ୍ର ନାୟକ, କବି ଅର୍ଥନୈତିକ ଡ. ସଂଗ୍ରାମ ସାମନ୍ତରାୟ, ପ୍ରବାସିନୀ ମିଶ୍ର, ଲିଲି ପଟେଲ, ଡ.ରଘୁନାଥ ମେହେର, ଡ. ଦିଲ୍ଲିପ ମିଶ୍ର, ସଦାଶିବ ମିଶ୍ର ପ୍ରମୁଖ ଅତିଥି ଭାବେରେ ଯୋଗଦେଇ ସମାଜ ପାଇଁ ସାହିତ୍ୟିକ ମାନଙ୍କର ଆବଶ୍ୟକ ରହିଛି, ସାହିତ୍ୟକୁ ନୁତନ ଦିଗଦର୍ଶନ ଦେବାପାଇଁ କର୍ମଶାଳାର ଆବଶ୍ୟକତା ଅଛି ବୋଲି ମତବ୍ୟକ୍ତ କରିବା ସହିତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ତଥା କବି ଓ ସୁ ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କାଙ୍କୁ ସାରସ୍ୱତ ସମ୍ବର୍ଦ୍ଧନର ସହ ଉତ୍ତରୀୟ, ମାନପତ୍ରପ୍ରଦାନ କରାଯାଇ ‘ଗୁରୁଗୌରବ ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା । ନାରାୟଣ ଚନ୍ଦ୍ର ଲେଙ୍କାଙ୍କୁ ଏହି ସମ୍ମାନ ମିଳିବାପରେ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ମାନଙ୍କ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ