କବି ବିଜୟ କିଶୋର ସୁନ୍ଦରରାୟଙ୍କ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ଭଞ୍ଜକଳା ମଣ୍ଡପରେ ଛତିଶଗଡ଼ର ମୁଖ୍ୟ ସଚିବ ପାହ୍ୟାରୁ ଅବସରପ୍ରାପ୍ତ ଆଇ.ଏ.ଏସ୍‌. ଏବଂ ଇଂରାଜୀ ଭାଷାରେ ପ୍ରସିଦ୍ଧ କବି, ଲେଖକ ବିଜୟ କିଶୋର ସୁନ୍ଦରରାୟଙ୍କର ତିନୋଟି ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ଏହି ତିନୋଟି ପୁସ୍ତକରେ ଗୋଟିଏ ଉପନ୍ୟାସ ଏବଂ ଅନ୍ୟ ଦୁଇଟି ପୁସ୍ତକ କବିତା ସଂକଳନ । ଉପନ୍ୟାସ ‘ଆଟ୍ରାକ୍‌ସନ୍‌’ର ସାରାଂଶ ପୁରୁଷ ଏବଂ ନାରୀଙ୍କ ସମ୍ବନ୍ଧ ଉପରେ କେନ୍ଦ୍ରିତ । ଦୁଇ କବିତା ସଂକଳନ ଯଥାକ୍ରମେ ‘ଦି ସ୍ମାଇଲ୍ ରୋଜ’ ଏବଂ ‘ସନ୍‌ସାଇନ୍ ସୋନଟା’ରେ କବି ବିଜୟ କିଶୋର ସୁନ୍ଦରରାୟଙ୍କ ଦ୍ୱାରା ପ୍ରେମ ଏବଂ ମନୁଷ୍ୟର ଆଶା ଉପରେ ଧ୍ୟାନ ଦିଆଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପ୍ରଫେସର ରାଜକିଶୋର ମିଶ୍ର, ବିଶେଷ ଅତିଥି ଡ଼କ୍ଟର ଶକୁନ୍ତଳା ବଳିୟାରସିଂ ଏବଂ କାର୍ଯ୍ୟକ୍ରମର ଅଧ୍ୟକ୍ଷ ଭାବରେ ଅବସରପ୍ରାପ୍ତ ଆଇ.ଏ.ଏସ୍‌. ଏବଂ ଭାରତ ସରକାରଙ୍କର ପୂର୍ବତନ ସଚିବ ରମେଶ ଚନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ । ବକ୍ତାମାନଙ୍କ ଦ୍ୱାରା ସୁନ୍ଦରରାୟଙ୍କ ରଚିତ ପୁସ୍ତକ ସମ୍ବନ୍ଧରେ ଆଲୋକପାତ କରାଯାଇଥିଲା ଏବଂ କାର୍ଯ୍ୟକ୍ରମରେ ଅତିଥିଗଣ କବି ଏବଂ ଲେଖକ ବିଜୟ କିଶୋର ସୁନ୍ଦରରାୟଙ୍କର ସାହିତ୍ୟିକ ପ୍ରତିଭାର ଭୂରି ଭୂରି ପ୍ରଶଂସା କରିଥିଲେ । ସୁନ୍ଦରରାୟଙ୍କ ଦ୍ୱାରା ଅଜିପର୍ଯ୍ୟନ୍ତ ୩୭ଟି ପୁସ୍ତକ ରଚନା କରାଯାଇଛି ଏବଂ ଏହି କାର୍ଯ୍ୟକ୍ରମରେ ଉନ୍ମୋଚିତ ପୁସ୍ତକଗୁଡ଼ିକ ଜାନୁୟାରୀ ୨୦୨୦ରେ ଦିଲ୍ଲୀରେ ଅନୁଷ୍ଠିତ ବିଶ୍ୱ ପୁସ୍ତକ ମେଳରେ ସଫଳତା ପୂର୍ବକ ସ୍ଥାନ ପାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ