କବି ବିଶ୍ୱଜିତଙ୍କୁ ମିଳିଲା ପ୍ରଜ୍ଞାଶ୍ରୀ ସମ୍ମାନ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଇଞ୍ଚୋଳ ଗ୍ରାମର ଯୁବ କବି ବିଶ୍ୱଜିତ ରାଉତଙ୍କୁ ପ୍ରଜ୍ଞାଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଛି । କଟକ ରାମଚନ୍ଦ୍ର ଭବନ ଠାରେ ସାହିତ୍ୟ, କବି ଓ ବନ୍ଧୁ ପରିବାର ବାଲେଶ୍ୱର ତରଫରୁ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନ୍ୟାୟାଧିଶ ଡ.କଅଷ୍ଣଚନ୍ଦ୍ର ମିଶ୍ର, ସମ୍ମାନୀତ ଅତିଥି ଭାବେ ଡ. ବୋଶିଷ ଜଷ୍ଟି ପ୍ରମୁଖ ଯୋଗଦେଇ କବି ବିଶ୍ୱଜିତଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ପ୍ରଜ୍ଞ୍ୟାଶ୍ରୀ ସମ୍ମାନରେ ସମ୍ମାନୀତ କରିବା ସହିତ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।