କବି ଭୀମଭୋଇଙ୍କ ୧୭୫ତମ ଜୟନ୍ତି ଦିବସ ପାଳିତ

ଅନୁଗୋଳ (ଯୁଗାଦ୍ଦ ନ୍ୟୁଜ), ଅନୁଗୋଳ ଉପକଣ୍ଠସ୍ଥ ଅଙ୍ଗାରବନ୍ଧ ଗ୍ରାମର ମହିମା ଧାମଠାରେ ସନ୍ଥକବି ଭୀମ ଭୋଇଙ୍କ ୧୭୫ତମ ଜୟନ୍ତି ଦିବସ ଅଲେଖ ମହିମା ସାମାଜିକ ଉନ୍ନୟନ ପରିଷଦ ଓ ମହିମା ଧାମ ପରିଚାଳନା କମିଟିର ମିଳିତ ସହଯୋଗରେ ଆଜି ପାଳନ ହୋଇ ଯାଇଛି । ଆଜି ମଧ୍ୟାହ୍ନରେ ମହିମା ଧାମ ପରିଚାଳନା କମିଟିର ସଂପାଦକ କୃଷ୍ଣ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇ ସନ୍ଥକବିଙ୍କ ବିଭିନ୍ନ ଗୁଣାବଳୀ ଓ କବିତା ଉପରେ ଆଲୋଚନା କରି ଭୀମ ଭୋଇ ଏକ ଧାରାରେ ଜଣେ କବି, ସମାଜ ସଂସ୍କାରକ ତଥା ମହିମା ଧର୍ମର ପ୍ରଚାରକ ଥିଲେ ବୋଲି ଉପସ୍ଥିତ ବକ୍ତାମାନେ ପ୍ରକାଶ କରିଥିଲେ । ପ୍ରଥମେ ବାବା ମୁରଲୀ ଦାସଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜୋଳନ ପୂର୍ବକ ଆଲୋଚନା ଚକ୍ରକୁ ଉଦ୍ଘାଟନ କରି ଭୀମ ଭୋଇଙ୍କ ଦ୍ୱାରା ରଚିତ ଅଷ୍ଟ ଭଜନ ଗାନ ଉପରେ ଆଲୋକପାତ କରିଥିଲେ । ପରିଷଦର ଉପଦ୍ଦେଷ୍ଟା ଆଡଭୋକେଟ ଗୋପାଳ ନାଥ ଭୀମ ଭୋଇଙ୍କ ଦର୍ଶନ ଓ ମହିମା ଧର୍ମ ଉପରେ ତାର ପ୍ରଭାବ ସହ ମହିମା ଗୋଷେଇଁଙ୍କ ଦ୍ୱାରା ପ୍ରଭାବିତ ହୋଇ ମହିମା ଧର୍ମର ପ୍ରଚାର ପ୍ରସାର ଦିଗରେ ତାଙ୍କର ସମସ୍ତ ସାଧନାକୁ ଉତ୍ସର୍ଗ କରିଥିଲେ ବୋଲି ମତ ବ୍ୟକ୍ତ କରିଥିଲେ । ପରିଷଦର ସାଧାରଣ ସଂପାଦକ ଦୁଷ୍ମନ୍ତ ସାହୁ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଭୀମ ଭୋଇ ଜୟନ୍ତୀକୁ ଏବର୍ଷ ଫନିର ପ୍ରଦୁର୍ଭାବକୁ ଆଖିରେ ରଖି ନିରାଡମ୍ବର ଭାବେ ପାଳନ କରାଯାଇଥିବା ଘୋଷଣା କରିଥିଲେ । ଫନି ଭଳି ଭୟାବହ ବାତ୍ୟା ଓଡିଶାର ମେରୁଦଣ୍ଡକୁ ଦୋହଲାଇ ଦେଇଥିବାରୁ ପୀଡିତମାନଙ୍କ ପାଇଁ ସମବେଦନା ଜଣାଇ ସେମାନେ ଏଭଳି ବିପତିକୁ ଧର୍ଯ୍ୟର ସହ ମୁକାବିଲା କରୁଥିବାରୁ ସଂଗଠନ ସଂପାଦକ ବିଜ୍ଞାନୀ ବେହେରା ଏକ ପ୍ରସ୍ତାବ ଜରିଆରେ ମହିମା ଗୋଷେଇଁ ସେମାନଙ୍କୁ ଅଶେଷ ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରକାଶ କରିବା ସହ ସମୁହ ପ୍ରାର୍ଥନା ପାଇଁ ଉପସ୍ଥିତ ସମସ୍ତଙ୍କୁ ନିବେଦନ କରିଥିଲେ । ଉକ୍ତ ଆଲୋଚନା ସଭାରେ ଅନ୍ୟମାନଙ୍କ ମଧ୍ୟରେ ଭକ୍ତ ପରମା ଦେହୁରୀ, ଆଡଭୋକେଟ ଅକ୍ଷୟ ସାହୁ, କବି ଅଲେଖ ଚନ୍ଦ୍ର ବେହେରା, ଟନି ବେହେରା, ଡାକ୍ତର ସାହୁ, ମହୁର ପ୍ରଧାନ ପ୍ରମୁଖ ସନ୍ଥକବି ଭୀମ ଭୋଇଙ୍କ ଜୀବନ ଦର୍ଶନ ଉପରେ ଆଲୋଚନା କରିଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାପତି ସଭା ସଙ୍ଗ କରିଥିଲେ ।
ଗୋପାଳ ଚନ୍ଦ୍ର ନାଥ, ଓକିଲ, ଉପଦ୍ଦେଷ୍ଟା, ଅଲେଖ ମହିମା ସାମାଜିକ ଉନ୍ନୟନ ପରିଷଦ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ