କବି ଶରତ ଚନ୍ଦ୍ର ରଥଙ୍କ ଦ୍ଵାଦଶାହ ସ୍କୃତି ଚାରଣ ସମାରୋହ ‌

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗୋଵରା ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ପକ୍ଷରୁ ସ୍ଥାନୀୟ ବୈକୁଣ୍ଠନାଥ ମନ୍ଦିର ପରିସରରେ ସଭାପତି ଗୋପାଳ ଚନ୍ଦ୍ର ଲେଙ୍କାଙ୍କ ଅଧ୍ୟକ୍ଷତାରେ ବିଶିଷ୍ଟ ସାହିତ୍ୟିକ, କବି, କଳାକାର, ବୈଦ୍ୟ ସ୍ଵର୍ଗତ ଶରତ ଚନ୍ଦ୍ର ରଥଙ୍କ ଦ୍ବାଦଶାହ ଅବସରରେ ଏକ ‘ସ୍କୃତି ଚାରଣ ସମାରୋହ’ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କବି ତଥା ଶିକ୍ଷାବିତ୍ ଲିଙ୍ଗରାଜ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଵର୍ଗତ ରଥଙ୍କ ସ୍କୃତି ଚାରଣ କରି ତାଙ୍କ ମହାନ କାର୍ଯ୍ୟର ଗୁଣଗାନ କରିଥିବା ବେଳେ ଓକିଲ ଗୋପାଳ କୃଷ୍ଣ ବିଷୋୟୀ ମୁଖ୍ୟ ଵକ୍ତା ଏବଂ ଓକିଲ ଅଭିମନ୍ୟୁ ଗୈାଡ, ଶିକ୍ଷାବିତ ଅଭିମନ୍ୟୁ ପଣ୍ଡା, ସମ୍ବାଦ ସାହିତ୍ୟ ଘର ସଭାପତି ଅଭିମନ୍ୟୁ ଦଳେଇ, ବିଶ୍ଵଭାରତୀ ଆବାସିକ ବିଦ୍ୟାଳୟ ସଭାପତି କୁଞ୍ଜବିହାରୀ ନାୟକ, ବୈଦ୍ୟ ଦିଲ୍ଲିପ କୁମାର ସ୍ଵାଇଁ, ରାଧାକୃଷ୍ଣ ପାଠାଗାର ସଭାପତି ନାରାୟଣ ପ୍ରଧାନ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସ୍ଵର୍ଗତ ରଥଙ୍କ ବହୁମୁଖୀ ପ୍ରତିଭାର ସମସ୍ତ ଦିଗ ଉପରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନାଟ୍ୟକାର ପ୍ରଫୁଲ୍ଲ ବେହେରା, କବି ଚନ୍ଦ୍ରମଣି ଲେଙ୍କା, ଶିକ୍ଷାବିତ ପଦ୍ମ ଚରଣ ପ୍ରଧାନ, ସଙ୍ଗଠକ ଭଞ୍ଜ କିଶୋର ପ୍ରଧାନ, ଗୋବରା ବରିଷ୍ଠ ନାଗରିକ ମଞ୍ଚ ସଭାପତି ନିକୁଞ୍ଜ ବିହାରୀ ଖଣ୍ଡୁଆଳ, କବି ଜଗତ ମୋହନ ରଥ, ଶିଶିର କାନ୍ତ ନାୟକ ପ୍ରମୁଖ ସ୍ୱର୍ଗତ ରଥଙ୍କ ସ୍କୃତି ଚାରଣ କରିଥିଲେ । କଳାକାର ଦଣ୍ଡପାଣି ଵରାଡ ଓ ସାଥି ପ୍ରାରମ୍ଭିକ ଏବଂ ଶିଶିନ୍ତନଳ ନୟନ ଉଦଯାପନୀ ସଙ୍ଗୀତ ଗାନ କରିଥିବା ବେଳେ ପଣ୍ଡିତ ସୁରେନ୍ଦ୍ର ପାତ୍ର ଵେଦପାଠ କରିଥିଲେ । ପରିଷଦର ସମ୍ପାଦକ ଦିବ୍ୟ ଲୋଚନ ଵିଶ୍ବାଳ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଵା ବେଳେ ଯୁବ କବି ଶିଶିର କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ I ସ୍ଵର୍ଗତ ରଥଙ୍କୁ ଅମର କରି ରଖିବା ନିମନ୍ତେ ପ୍ରତିବର୍ଷ ସମାଜ ଏବଂ ରାଷ୍ଟ୍ର ପାଇଁ କାର୍ଯ୍ୟ କରି ଆସୁଥିବା କିଛି ପ୍ରତିଭାବାନ ବ୍ୟକ୍ତିଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରିବା ପାଇଁ ନିଷ୍ପତି ନିଆଯାଇଥିବା ବେଳେ ଚଳିତ ବର୍ଷ ପାଇଁ ବୈଦ୍ୟ ଦିଲ୍ଲୀପ କୁମାର ସ୍ୱାଇଁଙ୍କୁ ‘ଶରତଚନ୍ଦ୍ର ରଥ ବୈଦ୍ୟ ରତ୍ନ ସମ୍ମାନ-୨୦୨୨’,କବି ଚନ୍ଦ୍ରମଣି ଲେଙ୍କାଙ୍କୁ ‘ଶରତଚନ୍ଦ୍ର ରଥ କବି ରତ୍ନ ସମ୍ମାନ-୨୦୨୨ ‘,ନାଟ୍ୟକାର ପ୍ରଫୁଲ୍ଲ ବେହେରାଙ୍କୁ ‘ଶରତଚନ୍ଦ୍ର ରଥ କବି ନାଟ୍ୟ ସମ୍ମାନ-୨୦୨୨’,ସମାଜସେବୀ ନରହରି ଗନ୍ତାୟତଙ୍କୁ ‘ଶରତଚନ୍ଦ୍ର ରଥ ସେବକ ରତ୍ନ ସମ୍ମାନ-୨୦୨୨’ ଉପାଧିରେ ସମ୍ମାନୀତ କରାଯାଇଥିଲା I ସାମ୍ବାଦିକ ପଞ୍ଚାନନ ସାହୁ ଏବଂ ସହଯୋଗୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ