କବି, ସାରସ୍ୱତ ପ୍ରତିଭା ସ୍ୱର୍ଗତ ସୁବାଷ ଚନ୍ଦ୍ର ତ୍ରିପାଠୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ

ଭୁବନେଶ୍ୱର, (ୱାଇଏନ୍ଏସ୍): ସାମାଜିକ ଅନୁଷ୍ଠାନ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ କବି, ସାରସ୍ୱତ ପ୍ରତିଭା ବ୍ୟକ୍ତିତ୍ୱ ତଥା ସମାଜସେବୀ ସ୍ୱର୍ଗତ ସୁବାଷ ଚନ୍ଦ୍ର ତ୍ରିପାଠୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଓ ଭାରତରତ୍ନ ବାଜପେୟୀଙ୍କ ୯୬ତମ ଜୟନ୍ତୀ ସ୍ଥାନୀୟ ପଳାସପଲ୍ଲୀ ନିକଟ ନିଖିଳ ଉତ୍କଳ ଶାରୀରିକ କଲ୍ୟାଣ ଅକ୍ଷମ ମହାସଂଘଠାରେ ପାଳିତ ହୋଇଯାଇଛି । ସ୍ୱର୍ଗତ ବାଜପେୟୀଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ସମ୍ବନ୍ଧରେ ଆଲୋକପାତ କରି ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିବା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ସମ୍ମାନିତ ଅତିଥି ଭାବେ ଓଡ଼ିଶା ଚଏସ୍ ସମ୍ପାଦକ ତଥା ସ୍ତମ୍ଭକାର ସାରଦା ପ୍ରସାଦ କର ଓ କାର୍ଯ୍ୟକ୍ରମକୁ ସଂଯୋଜନା କରି ସମ୍ପାଦିକା, ସମାଜସେବୀକା ସମିତା ମହାରଣା ଦୁଇ ମହାନ ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସହିତ ତାଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ସ୍ୱର୍ଗତ ତ୍ରିପାଠୀଙ୍କ ସ୍ମୃତିରେ ସୁବାଷ ଚନ୍ଦ୍ର ତ୍ରିପାଠୀ ସ୍ମୃତିକ କମିଟି ସ୍ଥାପନା ହେବ ବୋଲି ଘୋଷଣା କରାଯାଇଥିଲା । ଏଥିସହିତ ସ୍ୱର୍ଗତ ତ୍ରିପାଠୀଙ୍କ ସ୍ମୃତିରେ ଦିବ୍ୟାଙ୍କ ବ୍ୟକ୍ତିତ୍ୱ ମଧୁ ମଣ୍ଡଳଙ୍କୁ ଉତ୍ତରୀୟ ଓ ମାନପତ୍ର ଦେବା ସହିତ ଆଦର୍ଶ ଦିବ୍ୟାଙ୍ଗ ସମ୍ମାନ ପ୍ରଦାନ କରାଯାଇଥିଲା । ଏଥିସହିତ ଯୁବ ସମାଜସେବୀକା ରାଜଶ୍ରୀ ମାଝୀଙ୍କୁ ସମ୍ମାନିତ କରାଯାଇଥିଲା । ସ୍ୱର୍ଗତ ତ୍ରିପାଠୀଙ୍କ ସ୍ମୃତିରେ ଏକ ସ୍ମରଣିକା ଉନ୍ମୋଚିତ ହେବା ସହିତ ତାଙ୍କ ବ୍ୟକ୍ତିତ୍ୱ ସମାଜସେବା, ଯୌଥ ପରିବାରର ନିଷ୍ଠା ସମ୍ପର୍କରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଯୁବ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଯୁବ ସମାଜସେବୀ ଚିତ୍ତରଞ୍ଜନ ମହାପାତ୍ର । କାର୍ଯ୍ୟକ୍ରମକୁ ସମାଜସେବୀ ସୀତାଂଶୁ ଶେଖର ମହାରଣା, ମଦନ ମୋହନ ପାଢୀ, ଅଂଶୁମାନ ମିଶ୍ର ସତ୍ୟବ୍ରତ ଜେନା, ମଞ୍ଜୁଲତା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ