“କବୀର ସିଂହ’ ପାଇଁ ଶାହିଦ୍ ନଥିଲେ ପ୍ରଥମ ପସନ୍ଦ
ମୁମ୍ବାଇ: ଚଳିତ ବର୍ଷ ବକ୍ସ ଅଫିସ୍ରେ ସବୁଠୁ ବଡ଼ ବ୍ଲକ୍ ବଷ୍ଟର ଫିଲ୍ମ ଭାବେ ଉଭା ହୋଇଛି “କବୀର ସିଂହ’? ଫିଲ୍ମଟି ବକ୍ସଅଫିସରେ ୩୫୦ କୋଟିରୁ ଅଧିକ ଟଙ୍କା ଆୟ କରି ଅଲ୍ ଟାଇମ୍ ବ୍ଲକବଷ୍ଟର ହାଇଯାଇଛି । ଏହି ଫିଲ୍ମକୁ ନେଇ ଏବେବି କ୍ରେଜ୍ ରହିଛି । ତେଲୁଗୁ ଫିଲ୍ମ “ଅର୍ଜୁନ୍ ରେ‡ୀ’ର ଏହି ରିମେକ୍ ଫିଲ୍ମରେ ଶାହିଦ୍ କପୁରଙ୍କ ଦମଦାର୍ ଅଭିନୟ ଦର୍ଶକଙ୍କୁ ବେଶ୍ ପ୍ରଭାବିତ କରିଛି । ଅନେକ ଏବେ କବୀର ସିଂହର ଷ୍ଟାଇଲକୁ ଫଲୋ କରୁଛି । ସୋଶାଲ୍ ମିଡିଆରେ ବି କବୀର ସିଂହର ଷ୍ଟାଇଲ୍ ଓ ଅନ୍ଦାଜକୁ ନେଇ ଅନେକ ପୋଷ୍ଟ ଭାଇରାଲ୍ ହେଉଛି । ହେଲେ ଆପଣମାନେ ଜାଣି ନଥିବେ ଯେ ଏହି ରୋଲ୍ ପାଇଁ ନିର୍ମାତାଙ୍କ ପ୍ରଥମ ପସନ୍ଦ ଶାହିଦ୍ କପୁରର ନଥିଲେ । ସୂଚନା ଅନୁଯାୟୀ, ଏହି ଫିଲ୍ମରେ ଲିଡ୍ ରୋଲ୍ ପାଇଁ ନିର୍ମାତା ଅର୍ଜୁନ୍ କପୁରକୁ ନେବାକୁ ଚହୁଁଥିଲେ । ପ୍ରଯାଜକ ମୁରାଦ ଖେତାନୀ ଓ ଅଶ୍ୱିନ ବର୍ଦେ “ଅର୍ଜୁନ୍ ରେ‡ୀ’ର ହିନ୍ଦୀ ରାଇଟ୍ସ ନେବା ପରେ ଅର୍ଜୁନଙ୍କୁ ଫିଲ୍ମରେ କାଷ୍ଟ କରିବେ ବୋଲି ନିଷ୍ପତ୍ତି ନେଇଥିଲେ । କାରଣ ସେମାନେ ପୂର୍ବରୁ ଫିଲ୍ମ “ମୁବାରକାଁ’ରେ ଏକାଠି କାମ କରିସାରିଥିଲେ । ହେଲେ ଫିଲ୍ମର ନିର୍ଦ୍ଦେଶକ ସନ୍ଦୀପ ରେ‡ୀ ବାଙ୍ଗା ପୂର୍ବରୁ ହିଁ ଶାହିଦ୍ଙ୍କୁ ଏହି ରୋଲ୍ ପାଇଁ ନେ କଥା ଦେଇ ଦେଇଥିଲେ । ତେଣୁ ଅର୍ଜୁନ୍ ପଛକୁ ହଟି ଯାଇଥିଲେ । କାରଣ ସେ ଚାହୁଁ ନଥିଲେ ଯେ ତାଙ୍କ ପାଇଁ କେହି କୌଣସି ଜିନିଷକୁ ନେଇ ଦୁଃଖୀ ହେଉ ।


