କବ୍ ବୁଲ୍‌ବୁଲ୍ ଉତ୍ସବ ଉଦ୍‌ଘାଟିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଆନୁକୂଲ୍ୟରେ ତା୧୧.୧୨.୨୦୨୩ରିଖ ଠାରୁ ତା୧୫.୧୨.୨୦୨୩ରିଖ ପର୍ଯ୍ୟନ୍ତ ରାଜ୍ୟ ମୁଖ୍ୟାଳୟ ପରିସରରେ କବ୍ ବୁଲ୍‌ବୁଲ୍ ଉତ୍ସବ ଉଦ୍‌ଘାଟିତ ହୋଇଅଛି । ରାଜ୍ୟର ୧୫ଟି ଜିଲ୍ଲାର ପ୍ରାଥମିକ ବିଦ୍ୟାଳୟରୁ ୬୩୦ ଜଣ କବ୍ ସ୍କାଉଟ, ବୁଲ୍‌ବୁଲ୍ ଗାଇଡ୍ ସେମାନଙ୍କର ୟୁନିଟ୍ ଲିଡରମାନଙ୍କ ତତ୍ୱାବଧାନରେ ଉକ୍ତ ଉତ୍ସବରେ ଯୋଗଦାନ କରିଛନ୍ତି । ଅପରାହ୍ନ ୪.୦୦ ସମୟରେ ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ ସଭାପତି ଓଡିଶା ରାଜ୍ୟ କୋପରେଟିଭ୍ ବ୍ୟାଙ୍କ ତଥା ଉପସଭାପତି ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଶ୍ରୀଯୁକ୍ତ ଟି.ପ୍ରସାଦ ରାଓ ଦୋରା ଉତ୍ସବରେ କବ୍ ବୁଲ୍‌ବୁଲ୍‌ମାନଙ୍କର ଉତ୍ସାହର ସହ ଯୋଗଦାନକୁ ଦେଖି ତାଙ୍କ ଉଦ୍‌ଘାଟନୀ ଭାଷଣରେ ସେମାନଙ୍କର ଉଚ୍ଚ ପ୍ରଶଂସା କରିବା ସହିତ ଏହି ଉତ୍ସବ ଭବିଷ୍ୟତରେ ସେମାନଙ୍କର ମାନସିକ ବିକାଶ ଦିଗରେ ସହାୟକ ହେବ ବୋଲି ମତପ୍ରକାଶ କରିଥିଲେ । କବ୍ ବୁଲ୍‌ବୁଲ୍‌ମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରି ଉତ୍ସବର ସଫଳତା କାମନା କରିଥିଲେ । ଅତିଥିମାନେ କୁନି କୁନି ପିଲା ମାନଙ୍କର ବିଭିନ୍ନ ପ୍ରତିଯୋଗିତାକୁ ଦେଖିଥିଲେ ଏବଂ କ୍ୟାମ୍ପରେ ପିଲାଙ୍କ ରହଣୀ ତାଙ୍କ ଭିତରେ ଭାତୃଭାବ, ସମାନତା ବୃଦ୍ଧିରେ ସହାୟକ ହେବ ବୋଲି କହିଥିଲେ । ରାଜ୍ୟ ସଂଗଠନ କମିଶନର ତଥା ଆଡିମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀମତୀ ଅନାମିକା ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରାଜ୍ୟ ସମ୍ପାଦକ ଶ୍ରୀ ଶରତ ଚନ୍ଦ୍ର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିିବିରକୁ ସହ ସଂଗଠନ କମିଶନର ଶ୍ରୀ ସନ୍ତୋଷ ଦେଓ ପରିଚାଳନା କ ରୁଛନ୍ତି । ସମସ୍ତ କବ୍ ବୁଲ୍‌ବୁଲ୍‌ମାନଙ୍କୁ ମାନ୍ୟବର ଖାଦ୍ୟଯୋଗାଣ ଓ ସମବାୟ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ସଭାପତି ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ଶୁଭେଚ୍ଛା ଜଣାଇବା ସହିତ ଖୁବ୍ ଶିଘ୍ର ଏହି ଉତ୍ସବରେ ଯୋଗଦେବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ