କମଲ ଭବନରେ କୃଷକ ଦରବାର ଅନୁଷ୍ଠିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ସ୍ଥାନୀୟ ଗୋପସ୍ଥିତ କମଲ ଭବନରେ କୃଷକମାନଙ୍କ ସମସ୍ୟାକୁ ନେଇ ରବିବାର ଏକ କୃଷକ ଦରବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନମୋହନ ଜେନା, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ଦୁର୍ଯ୍ୟୋଧନ ସାହୁ, ଜିଲ୍ଲା ବିଜେପି ଉପସଭାପତି ଗଗନ ବିହାରୀ ସାହୁ, ପବିତ୍ର ପରିଡା, ସୁଧିର ପରିଡା, କାନନବାଳା ଦାସ, ବିଭୁତି ଭୂଷଣ କର, କରୁଣାକର ସାହୁ, ଭୁବନ ମୋହନ ସିଂ, ରମେଶ ଲେଙ୍କା, ଅମୃତ ମହାନ୍ତିଙ୍କ ସମେତ ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା ଯୋଗଦେଇ କେନ୍ଦ୍ରାପଡାରେ କୃଷକମାନଙ୍କ ସମସ୍ୟା ଯଥା କୃଷିଜାତ ଦ୍ରବ୍ୟର ଏମ.ଏସ.ପି. ଠିକ ଭାବରେ ମିଳୁନଥିବା, କେନ୍ଦ୍ରାପଡା ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବାରୁ ପ୍ରାୟ ୭୦ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରୁଥିବାରୁ ଉପଯୁକ୍ତ ସାର, ଔଷଧର କଳାବଜାରୀ ରୋକିବା ଉପରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା ନଗେନ ବିହାରୀ ବେହେରାଙ୍କୁ ମଣ୍ଡିଚାଲ ଅଭିଯାନରେ ଜିଲ୍ଲା ପ୍ରଭାରୀ ଭାବରେ ନିଯୁକ୍ତି ପ୍ରାପ୍ତ ହେଲେ ବୋଲି ଘୋଷଣା କରାଯାଇଥିଲା । ସମସ୍ତ ପଞ୍ଚାୟତର ଜଣେ ଜଣେ କାର୍ଯ୍ୟକର୍ତ୍ତାଙ୍କୁ ମନୋନିତ କରାଯାଇ ଆଗାମୀ ଖରିଫ ଧାନ ଅମଳ ସମୟରେ କିପରି କୃଷକମାନେ ସଠିକ ଭାବେ ନିଜ ନିଜର ଧାନ ମଣ୍ଡିରେ ଦେଇପାରିବେ ସେ ସମ୍ପର୍କରେ ବିଶେଷ ଭାବରେ ଧ୍ୟାନ ଦିଆଯିବାକୁ ସ୍ଥିର କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଶତାଧିକ କୃଷକ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ