କମଳାପୁର ଛକରୁ ୭୧ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ

ଗଜପତି,(ଅଂଶୁମାନ ପଣ୍ଡା): ଏସ୍ନି ଶ୍ରୀ ତପନ କୁମାର ପଟ୍ଟନାୟକ ସାରଙ୍କର ନିର୍ଦେଶ ଅନୁଯାୟୀ ବେଆଇନ ଗଞ୍ଜେଇ ଚାଲାଣ ରୋକିବାକୁ ଚାଲିଥିବା ସ୍ପେଶାଲ ଡ୍ରାଇଭରେ ଆଜି ପୁଣି ମୋହନା ପୋଲିସକୁ ଆଉ ଏକ ସଫଳତା ମିଳିଛି । ଆଜି ସକାଳ ସମୟ ପ୍ରାୟ ୧୦.୩୦ ସମୟରେ ଏସ.ଡି.ପି.ଓ
ଆର.ଉଦୟଗିରୀଙ୍କର ନିର୍ଦେଶ ମୁତାବକ ତଥା ମୋହନା ଥାନା ଆଇ.ଆଇ.ସି ସୁଜିତ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ଣାବଧାରେ ଥାନା ଏସ.ଆଇ ସୁନୀଲ କୁମାର ଦଳେଇ ଓ ଥାନାର ଅନ୍ୟ ଷ୍ଟାଫ ସବୁ କମଳାପୁର ଛକରେ ବ୍ଲକିଙ୍ଗ କଲା ବେଳେ ଏକ ଧଳା ରଙ୍ଗର କାର ଯାହାର ନମ୍ବର (0D 02 BL 4301) ଲୁହଗୁଡି ପଟୁ ବହୁତ ସ୍ପୀଡରେ କମଳାପୁର ଆଡକୁ ଆସୁଥ୍ଵବା ବେଳେ ତାକୁ ଅଟକାଇବା ପାଇଁ ଚେଷ୍ଟା କଲେ । କିନ୍ତୁ ଡ୍ରାଇଭର ପୋଲିସ ସିଗ୍ନାଲ ନ ମାନି ବହୁତ ଜୋରରେ ଗୋବିନ୍ଦପୁର ରାସ୍ତାରେ ପଳେଇ ଯିବା ପାଇଁ ଚେଷ୍ଟା କରୁଥିବା ବେଳେ ପୁଲିସ ପାର୍ଟି ଉକ୍ତ ଗାଡିର ପିଛା କରି ଡେଙ୍ଗିନିପଦର ଓ ଚୂନଘାଟି ମାଝିରେ ଗାଡିଟିକୁ ଠାବ କଲେ । କିନ୍ତୁ ଡ୍ରାଇଭର ଟି ଗାଡି ଛାଡି ସେଠାରୁ ପଳେଇଥିଲା । ଉକ୍ତ ଗାଡିକୁ ମୋହନା ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଖାନ ତଲାସି ନେବାରେ ଉକ୍ତ କାର ର ପଛ ପଟ ଡିକିରୁ ୩ ବସ୍ତା ଗଞ୍ଜେଇ ମିଳିଲା ଓ ଉକ୍ତ ଗଞ୍ଜେଇ ବସ୍ତା ସବୁକୁ ଓଜନ କରିବାରେ ସମୁଦାୟ ଗଞ୍ଜେଇର ପରିମାଣ ୭୧ କେଜି ୪୦୦ ଗ୍ରାମ ହେଲା ଯାହାର ବଜାର ମୂଲ୍ୟ ପ୍ରାୟ ଏ ଲକ୍ଷ ଟଙ୍କା ହେବ ଗାଡିକୁ ପୋଲିସ ଜବତ କରିଛି । ଏହି ବାବଦରେ ମୋହନା ଥାନାରେ କେଶ ନମ୍ବର ୧୬୫/୨୦ ରୁଜୁ କରା ଯାଇଛି | ଏସ.ଆଇ ସିନ୍ଧୁ ସାରକା ତଦନ୍ତ ଭାର ନେଇଛନ୍ତି । ଯଥା ଶୀଘ୍ର ଅଭିଯୁକ୍ତ ମାନଙ୍କୁ ଠାବ କରାଯାଇ ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ