କମିଲା ବସ୍ ଭଡ଼ା

ଭୁବନେଶ୍ୱର: ରାଜ୍ୟ ପରିବହନ ବିଭାଗ ଶନିବାର ବସଭଡାରେ ହ୍ରାସ କରିଛି । ଅର୍ଡିନାରୀ ଓ ଏକ୍ସପ୍ରେସ ବସ୍ ଭଡ଼ାରେ ୧ ପଇସା କମିଥିଲା ବେଳେ ଡିଲକ୍ସ ଓ ଏସି ଡିଲକ୍ସରେ ୨ ପଇସା କମିଛି । ଡିଜେଲ ଦର ହ୍ରାସ ପାଇବା ପରେ ସ୍ୱୟଂକ୍ରିୟ ପଦ୍ଧତିରେ ଏହି ବସ୍ ଭଡା ହ୍ରାସ ନେଇ ପରିବହନ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ସହ ତତ୍କାଳ ଲାଗୁ କରାଯାଇଛି । ଅର୍ଡିନାରୀ ବସ୍ ଭଡ଼ା କି.ମି ପିଛା ୭୦ ପଇସାରୁ ୬୯ ପଇସା ହୋଇଥିବାବେଳେ ଏକ୍ସପ୍ରେସର ଭଡ଼ା କି.ମି ପିଛା ୭୩ ପଇସାରୁ ୭୨ ପଇସାକୁ କମିଛି । ଡିଲକ୍ସ ଭଡ଼ା ୧ ଟଙ୍କା ୧ ପଇସାରୁ ୯୯ ପଇସା ଏବଂ ଏସି ଡିଲକ୍ସ ବସଭଡା ୧ ଟଙ୍କା ୨୩ ପଇସାରୁ ୧ ଟଙ୍କା ୨୧ ପଇସାକୁ କମିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ