କମିଲା ସୁନାରୁପା ଦର
ଭୁବନେଶ୍ବର: ରଜ ଅବସରରେ ସୁନାପ୍ରେମୀଙ୍କ ଗ୍ରାହକଙ୍କ ପାଇଁ ଖୁସିଖବର। କମିଛି ସୁନା ରୁପା ଦର। ଲକଡାଉନ ଖୋଲିବା କାରଣରୁ ଆର୍ଥିକ ଗତିବିଧି ବୃଦ୍ଧି ପାଇଛି ଏବଂ ଏଥିରେ ସେୟାର ବଜାରରେ ରିକଭରୀ ହେଉଛି। ଏହି କାରଣରୁ ସୁନା ଏବଂ ରୁପା ଦାମ ହ୍ରାସ ପାଇଛି। ସୋମବାର ଅର୍ଥାତ ଆଜି ସୁନା ଦର ୦.୩୬ ପ୍ରତିଶତ ଅର୍ଥାତ ୧୭୦ ଟଙ୍କା ହ୍ରାସ ହୋଇ ୪୭,୧୬୪ରେ ପହଁଚିଛି। ସେହିପରି ରୁପା ଦାମରେ ୦.୮୮ ପ୍ରତିଶତ ଅର୍ଥାତ ୩୬୬ ଟଙ୍କା ହ୍ରାସ ପାଇ ୪୭,୩୨୪ ଟଙ୍କା ପ୍ରତି କିଲୋ ହୋଇଛି।
ଲକଡାଉନ ପରେ ଅଧିକାଂଶ ଦେଶରେ ଆର୍ଥିକ ଗତିବିଧି ଆରମ୍ଭ ହୋଇଛି ଏବଂ ଏହାଦ୍ୱାରା ସେୟାର ବଜାରରେ ଧିରେ ଧିରେ ଚମକ ଆସୁଛି। ତେବେ ଏକ୍ସପର୍ଟଙ୍କ କହିବାକଥା ଯେ ଯେତେ ପର୍ଯ୍ୟନ୍ତ ଆର୍ଥିକ ଗତିବିଧି ପୂରାପୁରି ଭାବରେ ଶକ୍ତିଶାଳୀ ନହୋଇଛି, ସେବେ ପର୍ଯ୍ୟନ୍ତ ନିବେଶକଙ୍କ ସୁନାରେ ହୋଲିଡିଙ୍ଗ କମିବନାହିଁ। ସେହିପରି ଭାରତୀୟ ରିଟେଲ ବଜାରରେ ସୁନାର ଚାହିଦା ଏବେ କମ୍ ଦେଖିବାକୁ ମିଳୁଛି।